Advertisment

'ମୁକାବିଲା ପାଇଁ ଭାରତ ପ୍ରସ୍ତୁତ, ଏଲ୍‌ଏସି ଘଟଣା ଆମ ପ୍ରସ୍ତୁତିର ଏକ ଛୋଟ ପ୍ରତିଫଳନ'

ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି।  କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଭାରତୀୟ ସେନା ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ପୂରା ସଜାଗ ରହିଛନ୍ତି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ସୀମାରେ ଭୌଗୋଳିକ ସ୍ଥିତି ଏପରି ଯେ, ସେନାକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ। କିଛି […]

'ମୁକାବିଲା ପାଇଁ ଭାରତ ପ୍ରସ୍ତୁତ, ଏଲ୍‌ଏସି ଘଟଣା ଆମ ପ୍ରସ୍ତୁତିର ଏକ ଛୋଟ ପ୍ରତିଫଳନ'

RKS-Bhadauria

Advertisment

ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି।  କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଭାରତୀୟ ସେନା ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ପୂରା ସଜାଗ ରହିଛନ୍ତି ବୋଲି ସେ କହିଛନ୍ତି।

Advertisment

ଆହୁରି ମଧ୍ୟ କହିଛନ୍ତି, ସୀମାରେ ଭୌଗୋଳିକ ସ୍ଥିତି ଏପରି ଯେ, ସେନାକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ। କିଛି ଦିନ ତଳେ LAC ନିକଟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଆମକୁ ଅଳ୍ପ ସମୟ ମଧ୍ୟରେ କିପରି ପ୍ରସ୍ତୁତ ହେବାକୁ ପଡ଼ିବ ସେଥିପାଇଁ ସଜାଗ କରାଯାଇଛି।  ସୀମାରେ କଠିନ ପରିସ୍ଥିତି ସତ୍ତ୍ୱେ ଭାରତର ସାର୍ବଭୌମତ୍ୟ ଓ ଅଖଣ୍ଡତା ରକ୍ଷା ପାଇଁ ଯବାନ ମାନେ ଅସୀମ ସାହସ, ଧୈର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ସୀମାରେ ଚୀନ ସେନାର କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ହୋଇ ନଥିଲେ ମଧ୍ୟ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି।  ଏଥିପାଇଁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ମଧ୍ୟ ହେଉଛି ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି।

ସେ କହିଛନ୍ତି, " ଆମ ଅଞ୍ଚଳର ସୁରକ୍ଷା ଦୃଷ୍ଟିକୋଣରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଆମର ସଶସ୍ତ୍ର ବାହିନୀ ସବୁବେଳେ ପ୍ରସ୍ତୁତ ଏବଂ ସଜାଗ ରୁହନ୍ତୁ |ଲଦାଖର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ରେ ହୋଇଥିବା ଘଟଣା ତାର ଏକ ଛୋଟ ସ୍ନାପସଟ। "

Advertisment

ହାଇଦ୍ରାବାଦ ସ୍ଥିତ ଏୟାର ଫୋର୍ସ ଏକାଡେମୀର ପାସିଂ ଆଉଟ୍ ପରେଡରେ ଯୋଗଦେଇ ବାୟୁସେନା ମୁଖ୍ୟ ଗଲୱାନ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସହ ଅନ୍ୟ ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ ସେମାନଙ୍କ ବଳିଦାନ ବୃଥା ଯିବନି ବୋଲି ସେ କହିଛନ୍ତି। ଏହି ଅବସରରେ ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ଏକ୍ରୋବାଟିକ ସୋ ପ୍ରଦର୍ଶନ କରାଯାଇଥିଲା।

IAF Ladakh Galwan Valley India-China Face Off India China Border Fight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ