/odishatv-khabar/media/post_attachments/uploadimage/library/16_9/16_9_0/amar-singh_1625486493.jpg)
amar-singh
ନୂଆଦିଲ୍ଲୀ: ଆଉ ନାହାନ୍ତି ସମାଜବାଦୀ ପାର୍ଟି (ଏସପି)ର ପୂର୍ବତନ ନେତା ଓ ରାଜ୍ୟସଭା ସାଂସଦ ଅମର ସିଂ। ଅସୁସ୍ଥତା କାରଣରୁ ସିଙ୍ଗାପୁରରେ ଏକ ହସ୍ପିଟାଲରେ ତାଙ୍କର ଗତ ୬ ମାସ ଧରି ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ୬୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅମରଙ୍କ ପରଲୋକରେ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ପଡ଼ିଯାଇଛି।
ଏକ ସମୟରେ ଉତ୍ତର ପ୍ରଦେଶର ଅନ୍ୟତମ ହେଭିୱେଟ୍ ନେତା ଭାବେ ଅମର ସିଂ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂ ଯାଦବଙ୍କର ଅତି ନିକଟତର ଥିଲେ। ୨୦୧୩ରେ ତାଙ୍କର କିଡନୀରେ ସମସ୍ୟା ଦେଖା ଦେଇଥିଲା। ଯେଉଁକାରଣରୁ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା।
ରିପୋର୍ଟ ଅନୁସାରେ, ସେ ଗୁରୁତର ଅବସ୍ଥାରେ ‘ଆଇସିୟୁ’ରେ ଥିଲେ ଏବଂ ତାଙ୍କ ପରିବାରବର୍ଗ ମଧ୍ୟ ତାଙ୍କ ପାଖରେ ଥିଲେ। ଅସୁସ୍ଥତା ସତ୍ତ୍ୱେ ସେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥିଲେ।
କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଗୁଜବ ଉଠିଥିଲା। କିନ୍ତୁ ମାର୍ଚ ୨ ତାରିଖରେ ସେ ଅନ୍ୟ ଏକ ଭିଡିଓ ପୋଷ୍ଟ୍ କରିଥିଲେ। ଭିଡିଓ ସହ ଛୋଟ ବାର୍ତ୍ତାରେ ସେ ଲେଖିଥିଲେ: ‘ଟାଇଗର୍ ଜିନ୍ଦା ହୈ’ ଅର୍ଥାତ୍ ‘ବାଘ ବଞ୍ଚିଛି’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)