Advertisment

ପଞ୍ଚଭୂତୀରେ ଲୀନ ହେଲେ ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ଦିଲ୍ଲୀର ଛତରପୁରଠାରେ ଆଜି ରାଜ୍ୟସଭା ସାଂସଦ ଅମର ସିଂହଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅମର ସିଂହଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଅଗଷ୍ଟ ୧ ତାରିଖରେ ସିଙ୍ଗାପୁରରେ ଅମର ସିଂହଙ୍କର ଦେହାନ୍ତ ହୋଇଥିଲା। ରବିବାର ତାଙ୍କ ପାର୍ଥିବ ଶରୀର ସିଙ୍ଗାପୁରରୁ ଦିଲ୍ଲୀ ଅଣାଯାଇଥିଲା। କରୋନା ସଂକ୍ରମଣ ଯୋଗୁ ତାଙ୍କ ଅନ୍ତିମ ସଂସ୍କାରରେ କମ୍ ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଅଭିନେତ୍ରୀ ଓ ବିଜେପତି ନେତ୍ରୀ ଜୟାପ୍ରଦା ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀର […]

author-image
Ranjeet Kumar Jena
ପଞ୍ଚଭୂତୀରେ ଲୀନ ହେଲେ ସାଂସଦ ଅମର ସିଂହ

amar-singh

ନୂଆଦିଲ୍ଲୀ: ଦିଲ୍ଲୀର ଛତରପୁରଠାରେ ଆଜି ରାଜ୍ୟସଭା ସାଂସଦ ଅମର ସିଂହଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅମର ସିଂହଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଅଗଷ୍ଟ ୧ ତାରିଖରେ ସିଙ୍ଗାପୁରରେ ଅମର ସିଂହଙ୍କର ଦେହାନ୍ତ ହୋଇଥିଲା। ରବିବାର ତାଙ୍କ ପାର୍ଥିବ ଶରୀର ସିଙ୍ଗାପୁରରୁ ଦିଲ୍ଲୀ ଅଣାଯାଇଥିଲା।

Advertisment

କରୋନା ସଂକ୍ରମଣ ଯୋଗୁ ତାଙ୍କ ଅନ୍ତିମ ସଂସ୍କାରରେ କମ୍ ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଅଭିନେତ୍ରୀ ଓ ବିଜେପତି ନେତ୍ରୀ ଜୟାପ୍ରଦା ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀର ଛତରପୁରସ୍ଥିତ ଶ୍ମଶାନ ଘାଟରେ ସୋମବାର ସକାଳ ୧୧.୩୦ ମିନିଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହି ଅବସରେ ଅମର ସିଂହଙ୍କ ପତ୍ନୀ ଝିଅ ପଙ୍କଜା ସିଂହ ଓ ତାଙ୍କ ଦୁଇ ଝିଅ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀରେ ଅମର ସିଂହଙ୍କ ଘରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ। ରାଜନାଥ ସିଂହଙ୍କ ବ୍ୟତୀତ ବିଜେପି ରାଜ୍ୟସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisment

୨୭ ଜାନୁଆରୀ, ୧୯୫୬ରେ ଜନ୍ମିତ ୬୪ ବର୍ଷୀୟ ଅମର ସିଂହ ଗତ ୬ ମାସ ହେବ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହା ପୂର୍ବରୁ ୨୦୧୩ରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା।

Advertisment
Advertisment