/odishatv-khabar/media/post_attachments/uploadimage/library/16_9/16_9_0/pranab-mukharejee_1625369733.jpg)
pranab-mukharejee
ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଶେଷ ହୋଇଛି ଅନ୍ତିମ ସଂସ୍କାର। ରାଜକୀୟ ସମ୍ମାନ ସହ ଲୋଧି ରୋଡ୍ ସ୍ଥିତ ଶ୍ମଶାନ ଘାଟରେ ପ୍ରଣବ ଦା' ପଞ୍ଚଭୂତରେ ଲୀନ ହୋଇଛନ୍ତି। ଦେଶର ତ୍ରୟୋଦଶ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀରକୁ ଆର୍ମିର ଆର୍ ଆଣ୍ଡ ଆର୍ ହସ୍ପିଟାଲରୁ ସକାଳ ୯.୩୦ ବେଳେ ଅଣାଯାଇଥିଲା ଏବଂ ଅପରାହ୍ଣ ୨ଟା ବେଳେ ଅନ୍ତିମ ସଂସ୍କାର କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି କାରଣରୁ ଅନ୍ତିମ ସଂସ୍କାରରେ ବହୁତ ଲୋକ ସାମିଲ୍ ହୋଇଥିଲେ। ସମସ୍ତେ ପିପିଇ କିଟ୍ ପିନ୍ଧିଥିଲେ। ପୁଅ ଅଭିଜିତ୍ ପିତା ପ୍ରଣବ ମୁଖାର୍ଜୀଙ୍କୁ ମୁଖାଗ୍ନି ଦେଇଛନ୍ତି। ପ୍ରଣବଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ହୋଇଛି।
https://twitter.com/ANI/status/1300708010314985473?s=20
ସକାଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା, ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ବିପିନ ରାୱତ, ଆର୍ମି ଚିଫ୍ ଜେନେରାଲ୍ ଏମଏମ୍ ନାରାଭାନେ, ଏୟାର ଫୋର୍ସ ମୁଖ୍ୟ ଆରକେଏସ୍ ଭଦୁରିଆ, ନୌସେନା ମୁଖ୍ୟ କରମବୀର ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରୀ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ଣ ୨ଟା ବେଳେ ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ହେବ। ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତରେ କେନ୍ଦ୍ର ସରକାର ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ରାଜକୀୟ ଶୋକର ଘୋଷଣା କରିଛନ୍ତି। ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ୧୩ଶ ରାଷ୍ଟ୍ରପତି ପଦବୀରେ ଥିଲେ। ଦେଶପ୍ରତି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଗତବର୍ଷ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ'ରେ ସମ୍ମାନିତ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)