Advertisment

Pranab Mukharjee Death: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଏବଂ ‘ଭାରତ ରତ୍ନ‘ ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି। ଦିଲ୍ଲୀ ଆର୍ମି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ  ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଏ ନେଇ ତାଙ୍କ ପୁଅ ଅଭିଜିତ୍ ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଅଗଷ୍ଟ ୧୦ ତାରିଖରୁ ପ୍ରଣବ ମୁଖାର୍ଜୀ ଚିକିତ୍ସିତ ଥିଲେ। ନିୟମିତ ସ୍ୱାସ୍ଥ୍ୟ […]

ଅଦ୍ୟତନ ହୋଇଛି
Pranab Mukharjee Death: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

Egv9pkfVoAE-mpZ

Advertisment

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଏବଂ 'ଭାରତ ରତ୍ନ' ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି। ଦିଲ୍ଲୀ ଆର୍ମି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ  ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଏ ନେଇ ତାଙ୍କ ପୁଅ ଅଭିଜିତ୍ ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଅଗଷ୍ଟ ୧୦ ତାରିଖରୁ ପ୍ରଣବ ମୁଖାର୍ଜୀ ଚିକିତ୍ସିତ ଥିଲେ।

Advertisment

ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା ଓ ଦିଲ୍ଲୀ ଆର୍ମି ହସ୍ପିଚାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅପରେସନ୍ ତଥା ବ୍ରେନ୍ ସର୍ଜରୀ କରାଯାଇଥିଲା। ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା। ତେବେ ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହୋଇଯାଇଥିଲା। ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ପ୍ରତି ଘଣ୍ଟାରେ ପ୍ରଣବଙ୍କ ସ୍ୱାସ୍ଥ୍ୟ ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଚିକିତ୍ସା କରାଯାଇଥିଲା। କିନ୍ତୁ ବଡ଼ କଥା ହେଲା ହସ୍ପିଟାଲରେ ଅପରେସନ୍ ପୂର୍ବରୁ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ପ୍ରଣବ ମୁଖାର୍ଜୀ ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସେଲ୍‌ଫ ଆଇସୋଲେସନ୍‌‌ରେ ରହିବା ସହ କରୋନା ଟେଷ୍ଟ କରାଇବାକୁ ‌ସେ ପରାମର୍ଶ ଦେଇଥିଲେ।

Advertisment

ଆସନ୍ତୁ ଜାଣିବା ପ୍ରଣବ ଦାଙ୍କ ସମ୍ପର୍କରେ:

୧୯୩୫ ମସିହା ଡିସେମ୍ୱର ୧୧ରେ ପଶ୍ଚିମବଙ୍ଗରେ ପ୍ରଣବ ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ। ସେ ଜୁଲାଇ ୨୫, ୨୦୧୨ରୁ ଜୁଲାଇ ୨୫, ୨୦୧୭ ପର୍ଯ୍ୟନ୍ତ ଭାରତର ତ୍ରୟୋଦଶ ରାଷ୍ଟ୍ରପତି ପଦବୀରେ ରହିଥିଲେ। ପ୍ରଣବ ଦା' ପାଞ୍ଚ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଥିଲେ। ଗତବର୍ଷ ତାଙ୍କୁ 'ଭାରତ ରତ୍ନ' ସମ୍ମାନରେ ଆଭୂଷିତ କରାଯାଇଥିଲା।

କଂଗ୍ରେସ ନେତା ଭାବେ ପ୍ରଣବ ଦା' ଶୀର୍ଷ କ୍ୟାବିନେଟ୍ ପଦବୀରେ ରହିଥିଲେ, ଯେଉଁଥିରେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ସାମିଲ୍‌ ଅଛି। କେବଳ ସେତିକି ନୁହେଁ, ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ଭାରତର ଅର୍ଥମନ୍ତ୍ରୀ, ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ, ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ।

Advertisment

୧୯୬୯ରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଜନୀତିରେ ପାଦ ଥାପିଥିଲେ। ଏହାବ୍ୟତୀତ ଇନ୍ଧିରା ଗାନ୍ଧିଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଣବ ଦା' ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ସେ ଅର୍ଥ ମନ୍ତ୍ରୀ ହୋଇଥିଲେ।
୧୯୯୧ରେ ସେ ଯୋଜନା କମିଶନ ଉପାଧ୍ୟକ୍ଷ ହୋଇଥିଲେ। ଏହାବ୍ୟତୀତ ୧୯୯୫ରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ସହ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀ କାଳରେ ନମ୍ବର-୨ ଥିଲେ ପ୍ରଣବ। ୨୦୧୨ରେ ପିଏ ସାଙ୍ଗମାଙ୍କୁ ହରାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ।

Pranab Mukharjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ