Advertisment

କରୋନାରେ ସିବିଆଇ ପୂର୍ବ ନିର୍ଦ୍ଦେଶକଙ୍କ ନିଧନ : ରଣଦୀପ, ଜିଗ୍ନେଶ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ମାମଲା ଲଗାତର ଦ୍ୱିତୀୟ ଦିନରେ ୨ଲକ୍ଷ ପାର ହୋଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସଂକଟ ବ୍ୟାପକ ହେବାରେ ଲାଗିଛି। ଏହି ସମୟରେ ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହା ବ୍ୟତୀତ କଂଗ୍ରେସ ରାଷ୍ଟ୍ରିୟ ପ୍ରବକ୍ତା ରଣଦୀପ ସୁରଜେୱାଲା ଓ ବିଧାୟକ ଜିଗ୍ନେଶ ମେୱାଣୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ଶୁକ୍ରବାର ସକାଳେ […]

author-image
Pramod Behera
କରୋନାରେ ସିବିଆଇ ପୂର୍ବ ନିର୍ଦ୍ଦେଶକଙ୍କ ନିଧନ : ରଣଦୀପ, ଜିଗ୍ନେଶ ସଂକ୍ରମିତ

Untitled-1

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ମାମଲା ଲଗାତର ଦ୍ୱିତୀୟ ଦିନରେ ୨ଲକ୍ଷ ପାର ହୋଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସଂକଟ ବ୍ୟାପକ ହେବାରେ ଲାଗିଛି। ଏହି ସମୟରେ ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହା ବ୍ୟତୀତ କଂଗ୍ରେସ ରାଷ୍ଟ୍ରିୟ ପ୍ରବକ୍ତା ରଣଦୀପ ସୁରଜେୱାଲା ଓ ବିଧାୟକ ଜିଗ୍ନେଶ ମେୱାଣୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

Advertisment

ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ଶୁକ୍ରବାର ସକାଳେ ଦିଲ୍ଲୀରେ ମୃତ୍ୟୁ ହୋଇଥିବା ଖବର ଆସିଛି। ସୂଚନାମୁତାବକ କୋଭିଡ୍-୧୯ ସଂକ୍ରମିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ଗୁରୁବାର ରାତିରେ ତାଙ୍କୁ କରୋନା ପଜିଟିଭ୍ ହୋଇଥିବା ଜଣାଯାଇଥିଲା ଓ ପରଦିନ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ରଞ୍ଜିତ ସିହ୍ନା ୧୯୭୪ ବିହାର କେଡରର ଆଇପିଏସ୍ ଅଫିସର ଥିଲେ। ସେ ମଧ୍ୟ ଭାରତ-ତିବ୍ବତ ସୀମା ପୁଲିସ(ଆଇଟିବିପି) ବଳର ମହାନିର୍ଦ୍ଦେଶକ ଥିବା ସହ ରେଲୱେ ସୁରକ୍ଷା ବଳର ମଧ୍ୟ ନେତୃତ୍ବ ନେଇଥିଲେ। ଏହା ସହିତ ବତୌର ସିବିଆଇ ପ୍ରମୁଖ ଭାବେ ନିଯୁକ୍ତି ପୂର୍ବରୁ ଶ୍ରୀ ସିହ୍ନା ପାଟନା ଓ ଦିଲ୍ଲୀରେ ସିବିଆଇର ବରିଷ୍ଠ ପଦାଧୀକାରୀ ମଧ୍ୟ ଥିଲେ। ତେବେ ୨୦୧୨ରେ ରଞ୍ଜିତ ସିହ୍ନା ସିବିଆଇ ପ୍ରମୁଖ ପଦ ହାସଲ କରିଥିଲେ।

ସେହିପରି କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରେଜୱାଲା ଓ ଗୁଜରାଟ ବିଧାୟକ ଜିଗ୍ନେସ ମେୱାଣୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଉଭୟ ନେତା ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସୁରେଜୱାଲା ଓ ମେୱାଣୀ ସେମାନନଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ଦାବି କରିଛନ୍ତି। ଏହି ଦୁଇ ନେତା ଘରେ ସଂଗରୋଧ ଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ୱଭାବିକ ଥିବା ଜଣାଯାଇଛି।

Advertisment

ଦେଶରେ କ୍ଷୀପ୍ର ଗତିରେ କରୋନା ମାମଲା ବଢୁଥିବା ବେଳେ ଶୁକ୍ରବାର ମୋଟ ୨,୧୭,୩୫୬ କେସ ସାମ୍ନାକୁ ଆସିଥିବା ବେଳେ ୧,୧୮୫ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଆଜିପର୍ଯ୍ୟନ୍ତ ଯଦି ମୋଟ ଦେଖାଯାଏ ତେବେ ୧,୪୨,୯୧,୯୧୭ କେସ ଥିବାବେଳେ ୧୫,୬୯,୭୪୩ଟି ଆକ୍ଟିଭ କେସ ରହିଛି ଓ ୧,୭୪,୩୦୮ ଲୋକ ମୃତ୍ୟୁବରଣ କରିଥିବା ଜଣାଯାଏ।

Advertisment
Advertisment