Advertisment

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ପୁଲିସ ବର୍ଦ୍ଦି ଛାଡ଼ି ରାଜନୀତିରେ ମିଶିବେ ବିହାର ଡିଜିପି। ନିକଟରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଆଜି ସନ୍ଧ୍ୟାରେ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ମିଶିବେ। ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ହତ୍ୟା ମାମଲାର ରୋକ୍‌ଠୋକ୍ ବୟାନ ଦେଇ ଲୋକ ଲୋଚନକୁ ଆସିଥିଲେ ଗୁପ୍ତେଶ୍ୱର ପାଣ୍ଡେ। ବିହାର ସରକାରଙ୍କ ଠାରୁ ମଧ୍ୟ ତାଙ୍କୁ ପ୍ରଶଂସା ମିଳୁଥିଲା। ଶନିବାର ଗୁପ୍ତେଶ୍ୱର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ କାର୍ଯ୍ୟାଳଯରେ ଭେଟିଥିଲେ। ସେଠାରେ […]

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

gupteswara-pandey

Advertisment

ପାଟନା: ପୁଲିସ ବର୍ଦ୍ଦି ଛାଡ଼ି ରାଜନୀତିରେ ମିଶିବେ ବିହାର ଡିଜିପି। ନିକଟରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଆଜି ସନ୍ଧ୍ୟାରେ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ମିଶିବେ। ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ହତ୍ୟା ମାମଲାର ରୋକ୍‌ଠୋକ୍ ବୟାନ ଦେଇ ଲୋକ ଲୋଚନକୁ ଆସିଥିଲେ ଗୁପ୍ତେଶ୍ୱର ପାଣ୍ଡେ। ବିହାର ସରକାରଙ୍କ ଠାରୁ ମଧ୍ୟ ତାଙ୍କୁ ପ୍ରଶଂସା ମିଳୁଥିଲା।

Advertisment

ଶନିବାର ଗୁପ୍ତେଶ୍ୱର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ କାର୍ଯ୍ୟାଳଯରେ ଭେଟିଥିଲେ। ସେଠାରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା। ଯାବାକୁ ନେଇ ସେ ରାଜନୀତିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହା ଏବେ ସତ ହୋଇଛି। ପାଣ୍ଡେ ଏବେ ଜେଡିୟୁରେ ମିଶିବା ବୋଲି ଜଣାପଡ଼ିଛି।

ଅବସର ନେବା ପରେ ଗୁପ୍ତେଶ୍ୱର କହିଥିଲେ ‘ମୁଁ ବର୍ତ୍ତମାନେ ଏବେ ମୁକ୍ତ, ଏବେ ମୁଁ ସବୁକିଛି କରିପାରିବି।” ଶନିବାର ନୀତୀଶଙ୍କୁ ଭେଟିବା ପରେ ସେ ତାଙ୍କୁ ଧନ୍ୟବଦା ଜଣାଇବା ପାଇଁ ଯାଇଥିଲେ ବୋଲି କହିଥିଲେ ଗୁପ୍ତେଶ୍ୱର।

Advertisment

ସେ ଆହୁରି ମଧ୍ୟ କହିଥିଲେ ”ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ କୌଣସି ରାଜନୈତିକ କଥା ବିଷୟରେ ଆଲୋଚନା କରିନାହିଁ। ମୁଁ ତାଙ୍କ ସହିତ ଦୀର୍ଘଦିନ ହେଲା କାମ କରିଛି। ସେ ମୋ ଉପରେ ଭରସା ରଖିଥିବା ଅବସର ନେବା ପରେ ମୁଁ ତାଙ୍କୁ କେବଳ ଧନ୍ୟବାଦ ଜଣାଇବାକୁ ଯାଇଥିଲି। ଯଦି ମୁଁ କେବେ ରାଜନୀତୀରେ ଯୋଗ ଦେଲି ତେବେ ମୁଁ ସମସ୍ତଙ୍କୁ ଜଣାଇବି।”

ସୂତ୍ର ଅନୁସାରେ, ଜେଡିୟୁ ଶ୍ରୀ ପାଣ୍ଡେଙ୍କୁ ବାଲମିକ ନଗର ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ। ଏଠାରେ ବିହାର ବିଧାନସଭା ସହ ଲୋକସଭା ପାଇଁ ଉପ ନିର୍ବାଚନ ହେବ। ପୂର୍ବରୁ ବାଲମିକ ଆସନରେ ଜେଡିୟୁ ନେତା ବୈଦନାଥ ମାହୋତ ବିଜୟୀ ହୋଇଥିଲେ। ତେବେ ତାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି। ତେଣୁ ପାଣ୍ଡେଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବାକୁ ଦଳ ଲକ୍ଷ୍ୟ ରଖିଛି।

Advertisment

ଶୁକ୍ରବାର ବିହାର ନିର୍ବାଚନୀ ତାରିଖ ଘୋଷଣା କରାଯାଇଥିଲା। ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ଅକ୍ଟୋବର ୨୮ ତାରିଖରେ ଦ୍ୱିତୀୟ ନଭେମ୍ବର ୩ ଓ ତୃତୀୟ ନଭେମ୍ବର ୭ ତାରିଖରେ ଭୋଟଗ୍ରହଣ କରାଯିବ ବୋଲି ଘୋଷଣା ହୋଇଛି।  ଆଉ ନଭେମ୍ବର ୧୦ ତାରିଖରେ ଭୋଟ ଗଣତି କରାଯିବ ବୋଲି ଇଲେକ୍ସନ କମିଶନ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ