Advertisment

ବନ୍ୟାରେ ଭାସୁଛି କେରଳ

କେରଳ : କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଅାଜି ପୁଣି ବର୍ଷା ହେବାରୁ ଉଦ୍ଧାର ଓ ରିଲିଫ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି। ୧୪ ହଜାରରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ୭ଟି ଜିଲ୍ଲାରେ ଅାଲର୍ଟ ଜାରି ହୋଇଥିବା ବେଳେ ଏର୍ନାକୁଲମ ଓ ତ୍ରିଶୁର ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି ହୋଇଛି। […]

author-image
Otv Khabar Bureau
ବନ୍ୟାରେ ଭାସୁଛି କେରଳ

kerala

କେରଳ : କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଅାଜି ପୁଣି ବର୍ଷା ହେବାରୁ ଉଦ୍ଧାର ଓ ରିଲିଫ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି।

Advertisment

୧୪ ହଜାରରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ୭ଟି ଜିଲ୍ଲାରେ ଅାଲର୍ଟ ଜାରି ହୋଇଥିବା ବେଳେ ଏର୍ନାକୁଲମ ଓ ତ୍ରିଶୁର ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି ହୋଇଛି। ଉଦ୍ଧାର କାର୍ଯ୍ୟରେ ୩ ସେନାର ସୁରକ୍ଷାକର୍ମୀଙ୍କ ସହ କୋଷ୍ଟଗାର୍ଡ ଓ ଏନ୍‌ଡିଅାରଏଫ୍ ମଧ୍ୟ ନିୟୋଜିତ ହୋଇଛନ୍ତି।  ରାସ୍ତା ପୁରା ଧୋଇ ଯାଇଥିବାରୁ କେତେକ ଅଞ୍ଚଳ ପୁରା ବିଚ୍ଛିନ୍ନ ହୋଇ ଯାଇଛି।

ଘର ମଧ୍ୟ ପାଣିରେ ବୁଡ଼ି ଯାଇଛି। ତେବେ ଇଡୁକି ଡ୍ୟାମ୍‌ର ଜଳସ୍ତର ହ୍ରାସ ପାଇଛି। ତେବେ ରାଜ୍ୟର କେତେକ ଅଞ୍ଚଳରେ ଅାସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ତେଣୁ ୬ଟି ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି କରାଯାଇଛି। ଅାଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ପି. ବିଜୟନ ଅାକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କେରଳ ସରକାର ମୃତକଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

Advertisment
Advertisment
Advertisment