/odishatv-khabar/media/post_attachments/uploadimage/library/16_9/16_9_0/lighting_1623203522.jpg)
lightning
ରାଞ୍ଚି : ଆକାଶରୁ ଖସିଲା ମୃତ୍ୟୁ । ଝାଡ଼ଖଣ୍ଡ ଦୁମକା ତଥା ରାମଗଡ଼ ଜିଲ୍ଲାରେ ମଙ୍ଗଳବାର ବଜ୍ରପାତରେ ଜଣେ ନାବାଳକ ସମେତ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି । ସେହିପରି ବଜ୍ରପାତରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।
ମସଲିନା ଥାନା ଅଞ୍ଚଳ ଅନ୍ତର୍ଗତ କୁଞ୍ଜବନ ଗାଁରେ ବଜ୍ରପାତ ଯୋଗୁଁ ଶିବଶଙ୍କର ମୁର୍ମୁ ନାମକ ୧୦ ବର୍ଷିୟ ନାବାଳକର ମୃତ୍ୟୁ ହୋଇଛି । ସନ୍ଧ୍ୟା ସମୟରେ ନିଜର ଦୁଇ ବନ୍ଧୁଙ୍କ ସହ ପଡ଼ିଆରୁ ଘେରାଏ ବୁଲି ବାହାରିଥିିବା ସମୟରେ ଏପରି ଦୁଃଖଦ ଘଟଣା ଘଟିଛି । ସେହିପରି ଶିବଶଙ୍କର ଅନ୍ୟ ଦୁଇ ବନ୍ଧୁ ବଜ୍ରାଘାତ ଯୋଗୁଁ ବେହାସ ହୋଇ ଯାଇଥିଲେ ।
ଅନ୍ୟପଟେ କାଠକୁଣ୍ଡ ଥାନା ଅଞ୍ଚଳର କୋଡ଼ିଆ ଗାଁରେ ୨୮ ବର୍ଷିୟ ପ୍ରବୀଣ ଚିକୁ ନାକମ ବ୍ୟକ୍ତି ଘର ଅଗଣାରେ ଥିବାବେଳେ ବଜ୍ରପାତରେ ଜୀବନ ହାରିଛନ୍ତି । ଏତେ ଜୋରରେ ବଜ୍ରପାତ ହୋଇଥିବା ତାଙ୍କ ସ୍ତ୍ରୀ କିଛି ଘଣ୍ଟା ଧରି ଦାଣ୍ଡଦୁଆରେ ବେହାସ ପଡ଼ି ରହିଥିଲେ । ଅନୁମଣ୍ଡଳ ଅଧିକାରୀ କହିଛନ୍ତି ପୋଷ୍ଟମୋଟର୍ମ ପରେ ଉଭୟଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ।
ସେପଟେ ରାମଗଡ଼ର ମୋଡୁ ବ୍ଲକର ଗୋସୀଗାଁରେ ଦ୍ୱିପହର ସମୟରେ ବଜ୍ରପାତରେ ତିନି ଜଣ ଯୁବକ ମୃତ୍ୟ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ତିନି ଜଣ ଯୁବକ ବନ୍ଧୁଙ୍କ ସହ କ୍ରିିକେଟ ଖେଳି ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ତିନି ବନ୍ଧୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)