Advertisment

ପ୍ରଥମଥର କରୋନା ନେଲା କୁକୁର ଜୀବନ

ନୂଆଦିଲ୍ଲୀ: କରୋନାଭାଇରସ୍ ନେଲାଣି ଲକ୍ଷାଧିକ ଲୋକଙ୍କ ଜୀବନ। ଏହି ମହାମାରୀ ଏବେ ସାରା ଦୁନିଆକୁ ଆତଙ୍କିତ କରି ରଖିଛି। କିନ୍ତୁ ଏବେ ଏହି ଭୂତାଣୁ ମଣିଷ ଭିତରେ ଆଉ ସୀମିତ ହୋଇ ରହିନାହିଁ। ଏବେ ଏହା ପଶୁମାନଙ୍କ ଭିତରେ ଦେଖାଗଲାଣି। ଆମେରିକାରେ କୋଭିଡ୍-୧୯ରେ ସଂକ୍ରମିତ ‘ଜର୍ମାନ୍ ଶେଫର୍ଡ’ ପ୍ରଜାତିର ଏକ କୁକୁରର ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନା ଯୋଗୁ କୌଣସି କୁକୁରର ମୃତ୍ୟୁ ହେବା ସାରା ଦୁନିଆରେ […]

author-image
Ranjeet Kumar Jena
ପ୍ରଥମଥର କରୋନା ନେଲା କୁକୁର ଜୀବନ

dog

ନୂଆଦିଲ୍ଲୀ: କରୋନାଭାଇରସ୍ ନେଲାଣି ଲକ୍ଷାଧିକ ଲୋକଙ୍କ ଜୀବନ। ଏହି ମହାମାରୀ ଏବେ ସାରା ଦୁନିଆକୁ ଆତଙ୍କିତ କରି ରଖିଛି। କିନ୍ତୁ ଏବେ ଏହି ଭୂତାଣୁ ମଣିଷ ଭିତରେ ଆଉ ସୀମିତ ହୋଇ ରହିନାହିଁ। ଏବେ ଏହା ପଶୁମାନଙ୍କ ଭିତରେ ଦେଖାଗଲାଣି।

Advertisment

ଆମେରିକାରେ କୋଭିଡ୍-୧୯ରେ ସଂକ୍ରମିତ 'ଜର୍ମାନ୍ ଶେଫର୍ଡ' ପ୍ରଜାତିର ଏକ କୁକୁରର ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନା ଯୋଗୁ କୌଣସି କୁକୁରର ମୃତ୍ୟୁ ହେବା ସାରା ଦୁନିଆରେ ପ୍ରଥମ ଘଟଣା।

ଏହି କୁକୁରଟିର ପାଳନପୋଷଣ କରୁଥିବା ରବର୍ଟ ମାହୋନି ନ୍ୟୁୟର୍କରେ ରୁହନ୍ତି। ଏପ୍ରିଲ ମାସରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ଏହି ଭୂତାଣୁ କୁକୁର ଭିତରେ ଦେଖିବାକୁ ମିଳିଥିଲା। ସେହି ମାସରେ କୁକୁରଟିକୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ତେବେ ସମୟ ବଢ଼ିବା ସହ କୁକୁରର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରେ ଲାଗିଲା।

Advertisment

ମେ' ମାସ ଶେଷରେ କୁକୁରଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତେବେ ଜୁଲାଇ ୧୧ ତାରିଖରେ କୁକୁରଟି ରକ୍ତିବାନ୍ତି କରିବା ସହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା ଏବଂ ଶେଷରେ ତା'ର ମୃତ୍ୟୁ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ କୁକୁରଟିର ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ହୋଇଛି କି ନାହିଁ।

Advertisment
Advertisment