Advertisment

୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଦିଆଗଲା କରୋନା ଭ୍ୟାକସିନର ପ୍ରଥମ ଡୋଜ୍

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ କରୋନା ଭ୍ୟାକସିନ୍ ‘କୋଭାକ୍ସିନ୍’ର ହ୍ୟୁମାନ୍ ଟ୍ରାଏଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଭ୍ୟାକସିନର ପ୍ରଥମ ଡୋଜ୍ ଜଣେ ୩୦ ବର୍ଷୀୟ ସୁସ୍ଥ ପୁରୁଷଙ୍କୁ ଦିଆଯାଇଛି। ପ୍ରାରମ୍ଭିକ ଯାଞ୍ଚ ଓ ପରୀକ୍ଷା ପରେ ଏହି ବ୍ୟକ୍ତିଙ୍କୁ ଟ୍ରାଏଲ୍ ପାଇଁ ଚୟନ କରାଯାଇଥିଲା। ଟ୍ରାଏଲର ପ୍ରଥମ ଫେଜରେ ୩୭୫ ଭଲ୍ୟୁଣ୍ଟିୟରଙ୍କୁ ଏହି ଭ୍ୟାକସିନ୍ ଦିଆଯିବ। ତେବେ ଦିଲ୍ଲୀର ଏମ୍ସରେ ୧୦୦ ଭଲ୍ୟୁଣ୍ଟିୟରଙ୍କ ଉପରେ ଏହି ଭ୍ୟାକସିନର ଟ୍ରାଏଲ୍ ହେବ, ଏଥିରୁ ପ୍ରଥମେ ୫୦ ଜଣଙ୍କୁ ଭ୍ୟାକସିନ୍ ଦିଆଯିବ। […]

author-image
Ranjeet Kumar Jena
୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଦିଆଗଲା କରୋନା ଭ୍ୟାକସିନର ପ୍ରଥମ ଡୋଜ୍

vaccine

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ କରୋନା ଭ୍ୟାକସିନ୍ 'କୋଭାକ୍ସିନ୍'ର ହ୍ୟୁମାନ୍ ଟ୍ରାଏଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଭ୍ୟାକସିନର ପ୍ରଥମ ଡୋଜ୍ ଜଣେ ୩୦ ବର୍ଷୀୟ ସୁସ୍ଥ ପୁରୁଷଙ୍କୁ ଦିଆଯାଇଛି। ପ୍ରାରମ୍ଭିକ ଯାଞ୍ଚ ଓ ପରୀକ୍ଷା ପରେ ଏହି ବ୍ୟକ୍ତିଙ୍କୁ ଟ୍ରାଏଲ୍ ପାଇଁ ଚୟନ କରାଯାଇଥିଲା।

Advertisment

ଟ୍ରାଏଲର ପ୍ରଥମ ଫେଜରେ ୩୭୫ ଭଲ୍ୟୁଣ୍ଟିୟରଙ୍କୁ ଏହି ଭ୍ୟାକସିନ୍ ଦିଆଯିବ। ତେବେ ଦିଲ୍ଲୀର ଏମ୍ସରେ ୧୦୦ ଭଲ୍ୟୁଣ୍ଟିୟରଙ୍କ ଉପରେ ଏହି ଭ୍ୟାକସିନର ଟ୍ରାଏଲ୍ ହେବ, ଏଥିରୁ ପ୍ରଥମେ ୫୦ ଜଣଙ୍କୁ ଭ୍ୟାକସିନ୍ ଦିଆଯିବ। ଏହି ଭ୍ୟାକସିନକୁ ଭାରତ ବାୟୋଟେକ୍ କମ୍ପାନୀ ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ, ଭ୍ୟାକସିନ୍ ଦିଆଯାଉଥିବା ବ୍ୟକ୍ତିଙ୍କୁ ୨ ଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ଘରକୁ ପଠାଇ ଦିଆଯିବ। ଘରେ ମଧ୍ୟ ଭେଣ୍ଟିଲେଟରରେ ତାଙ୍କ ଉପରେ ୭ଦିନ ପର୍ଯ୍ୟନ୍ତ ନଜର ରଖାଯିବ।

Advertisment
Advertisment
Advertisment