Advertisment

ଏମ୍ସର ୯ମ ମହଲାରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଏମ୍ସରେ ବୁଧବାର ରାତିରେ ନିଆଁ ଲାଗି ଯାଇଛି। ଖବର ବ୍ୟାପିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଖବର ପାଇ ତୁରନ୍ତ ଫାୟାର ବ୍ରିଗେଡର ୨୨ଟି ଗାଡି ପହଞ୍ଚି…

ଅଦ୍ୟତନ ହୋଇଛି
ଏମ୍ସର ୯ମ ମହଲାରେ ଲାଗିଗଲା ନିଆଁ

aiims

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଏମ୍ସରେ ବୁଧବାର ରାତିରେ ନିଆଁ ଲାଗି ଯାଇଛି। ଖବର ବ୍ୟାପିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଖବର ପାଇ ତୁରନ୍ତ ଫାୟାର ବ୍ରିଗେଡର ୨୨ଟି ଗାଡି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଲାଗି ପଡ଼ିଥିଲେ।

Advertisment

ବୁଧବାର ରାତି ପ୍ରାୟ ୧୦ଟା ୩୦ସମୟରେ ଏମ୍ସର ୯ମ ଫ୍ଲୋରରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ତେବେ ଆଶ୍ୱସ୍ତିର କଥା ଯେ, ଏହି ଫ୍ଲୋରରେ କେହି ରୋଗୀ ବା ରୋଗୀଙ୍କ ସମ୍ପର୍କୀୟ ନ ଥିଲେ। ତେଣୁ କୌଣସି ମୃତାହତ ଆଶଙ୍କା ନାହିଁ। ତା ଛଡ଼ା, ନିଆଁ ଲାଗିବା କ୍ଷଣି ଉକ୍ତ ଫ୍ଲୋରରେ ଯେଉଁମାନେ ଥିଲେ ସମସ୍ତଙ୍କୁ ବାହାର କରି ଦିଆଯାଇଥିଲା । ଫୟାର ଡିପାଟମେଣ୍ଟକୁ ୧୦ଟା ୩୨ରେ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରାଥମିକ ତଦନ୍ତ ପରେ ଫ୍ରିଜରୁ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି।

ସୂଚନାଥାଉ କି, ଡାକ୍ତରଖାନାର ଯେଉଁ ଫ୍ଲୋରରେ ନିଆଁ ଲାଗି ଯାଇଥିଲା, ସେଠାରେ ମୁଖ୍ୟତଃ ବିଭିନ୍ନ ନମୂନା ପରୀକ୍ଷା କରାଯାଏ। ଫାୟାର ଡିପାର୍ଟମେଣ୍ଟ ସୂଚନା ଅନୁଯାୟୀ,  ପ୍ରାୟ ୨ ଘଣ୍ଟା ପରିଶ୍ରମ କରିବା ପରେ ନିଆଁଙ୍କୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ