Advertisment

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବର୍ତ୍ତମାନର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୨୦୩ କଂଗ୍ରେସ କର୍ମୀଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଗ୍ରେଟର ନୋଏଡ଼ାର ଇକୋଟେକ୍‌ ପୋଲିସ୍ ଷ୍ଟେସନ୍‌ରେ ଏହି ମାମଲା ହୋଇଛି। କରୋନା ସମୟରେ ଉକ୍ତ ଜିଲ୍ଲାରେ ସିଆର୍‌ପିସିର ୧୪୪ ଧାରା ଲାଗୁ ହୋଇଥିଲା। ଏହାକୁ କଂଗ୍ରେସ କର୍ମୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୩୨,୩୫୩,୪୨୭,୩୨୩,୩୫୪(B), ୧୪୭,୧୪୮ ଆଧାରରେ […]

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

rahul-gandhi

Advertisment

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବର୍ତ୍ତମାନର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୨୦୩ କଂଗ୍ରେସ କର୍ମୀଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଗ୍ରେଟର ନୋଏଡ଼ାର ଇକୋଟେକ୍‌ ପୋଲିସ୍ ଷ୍ଟେସନ୍‌ରେ ଏହି ମାମଲା ହୋଇଛି।

Advertisment

କରୋନା ସମୟରେ ଉକ୍ତ ଜିଲ୍ଲାରେ ସିଆର୍‌ପିସିର ୧୪୪ ଧାରା ଲାଗୁ ହୋଇଥିଲା। ଏହାକୁ କଂଗ୍ରେସ କର୍ମୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୩୨,୩୫୩,୪୨୭,୩୨୩,୩୫୪(B), ୧୪୭,୧୪୮ ଆଧାରରେ ମାମଲା ହୋଇଛି। ଏଫ୍‌ଆଇଆର୍‌ରେ ୧୫୩ କଂଗ୍ରେସ କର୍ମୀଙ୍କ ନାଁ ରହିଥିବା ବେଳେ ଅନ୍ୟ ୫୦ ଜଣ ଅଜଣା ବ୍ୟକ୍ତିଙ୍କ ନାଁରେ ବି ମାମଲା ହୋଇଛି। 

ଉତ୍ତରପ୍ରଦେଶ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଯାଉଥିବା ବେଳେ ଗ୍ରେଟର ନୋଏଡ଼ା ପାଖରେ ଅଟକାଇଥିଲା ପୋଲିସ। ହେଲେ କଂଗ୍ରେସ କର୍ମୀ ଓ ରାହୁଲ ଗାନ୍ଧି ଆଗକୁ ବଢ଼ିବାରୁ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ରାହୁଲ ତଳେ ପଡ଼ିଯାଇଥିଲେ। ଉକ୍ତ ସ୍ଥାନରେ ଧାରା ୧୪୪ ଲାଗୁ ହୋଇଥିବାରୁ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ