/odishatv-khabar/media/post_attachments/uploadimage/library/16_9/16_9_0/deep-siddhu_1626173562.jpg)
Deep sidhu
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ପୋଲିସ୍ ଅଭିନେତା ଦୀପ୍ ସିଦ୍ଧୁଙ୍କୁ ଖୋଜୁଛି। ଦୀପ୍ଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଲଗାତାର ଭାବେ ଭିଡିଓ ପୋଷ୍ଟ ହେଉଥିବା ଦେଖିବାକୁ ମିଳିଛି। ସେ କୃଷକ ନେତା ଓ ଆନ୍ଦୋଳନ ବିଷୟରେ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ଦିଲ୍ଲୀ ପୋଲିସ୍ର ସୂଚନା ଅନୁସାରେ, ଦୀପ୍ ସିଦ୍ଧୁଙ୍କ ଫେସ୍ବୁକ୍ ଆକାଉଣ୍ଟ୍ ତାଙ୍କର ଜଣେ ମହିଳା ବନ୍ଧୁ ହ୍ୟାଣ୍ଡେଲ୍ କରୁଛନ୍ତି। ଯିଏକି ବିଦେଶରେ ରୁହନ୍ତି। ସେ ବିଦେଶରୁ ଦୀପ୍ଙ୍କ ଭିଡିଓ ଫେସ୍ବୁକ୍ରେ ଅପଲୋଡ୍ କରୁଛନ୍ତି। ଭିଡିଓ ରେକର୍ଡିଂ କରି ଦୀପ୍ ତାଙ୍କର ଏହି ମହିଳା ବନ୍ଧୁଙ୍କ ନିକଟକୁ ପଠାଉଛନ୍ତି ଓ ଏହାକୁସେ ଅପଲୋଡ୍ କରୁଛନ୍ତି। କ୍ରାଇମ୍ବ୍ରାଞ୍ଚ୍ ଓ ସ୍ପେଶାଲ୍ ସେଲ୍ର ଅନେକ ଟିମ୍ ଦୀପ୍ଙ୍କୁ ଖୋଜୁଛନ୍ତି। ଦୀପ୍ଙ୍କ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ। ଏନେଇ ଦିଲ୍ଲୀ ପୋଲିସ୍ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି।
ଅଭିନେତା ଦୀପ ସିଦ୍ଧୁ, ଜୁଗରାଜ୍ ସିଂ, ଗୁରଜୋତ୍ ସିଂଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ସେହିପରି ଜଗବୀର ସିଂ, ବୁଟା ସିଂ, ସୁଖଦେବ ସିଂହ ଓ ଇକବାଲ୍ ସିଂଙ୍କ ବିରୋଧରେ ୫୦ହଜାର ଟଙ୍କାର ରାଶି ଘୋଷଣା କରଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)