Advertisment

ମେହବୁବା ମୁଫ୍‌ତୀଙ୍କୁ ଭେଟିଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଗୃହବନ୍ଦୀରୁ ମୁକୁଳିବାର ଦିନକ ପରେ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀଙ୍କୁ ଭେଟିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସ୍‌ନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ଓ ଉମାର ଅବଦୁଲ୍ଲା। ୧୪ ମାସର ଗୃହବନ୍ଦୀ ଜୀବନ କାଟିବା ପରେ ମଙ୍ଗଳାବାର ରାତିରେ ମୁକୁଳିଛନ୍ତି ମେହବୁବା। ଆଉ ଆଜି ତାଙ୍କୁ ଭେଟିଛନ୍ତି ଫାରୁକ ଅବଦୁଲ୍ଲା।   ଧାରା ୩୭୦ ଉଚ୍ଛେଦ ପରେ ଫାରୁକ ଅବଦୁଲ୍ଲା ଓ ପୁଅ ଉମାର ଅବଦୁଲ୍ଲାଙ୍କୁ ମଧ୍ୟ ଗୃହବନ୍ଦୀ ରଖାଯାଇଥିଲା। ହେଲେ ସେମାନେ ମେହବୁବାଙ୍କ ପୂର୍ବରୁ […]

ଅଦ୍ୟତନ ହୋଇଛି
ମେହବୁବା ମୁଫ୍‌ତୀଙ୍କୁ ଭେଟିଲେ ଫାରୁକ ଅବଦୁଲ୍ଲା

mufttee

Advertisment

ଶ୍ରୀନଗର: ଗୃହବନ୍ଦୀରୁ ମୁକୁଳିବାର ଦିନକ ପରେ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀଙ୍କୁ ଭେଟିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସ୍‌ନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ଓ ଉମାର ଅବଦୁଲ୍ଲା। ୧୪ ମାସର ଗୃହବନ୍ଦୀ ଜୀବନ କାଟିବା ପରେ ମଙ୍ଗଳାବାର ରାତିରେ ମୁକୁଳିଛନ୍ତି ମେହବୁବା। ଆଉ ଆଜି ତାଙ୍କୁ ଭେଟିଛନ୍ତି ଫାରୁକ ଅବଦୁଲ୍ଲା।

Advertisment

ଧାରା ୩୭୦ ଉଚ୍ଛେଦ ପରେ ଫାରୁକ ଅବଦୁଲ୍ଲା ଓ ପୁଅ ଉମାର ଅବଦୁଲ୍ଲାଙ୍କୁ ମଧ୍ୟ ଗୃହବନ୍ଦୀ ରଖାଯାଇଥିଲା। ହେଲେ ସେମାନେ ମେହବୁବାଙ୍କ ପୂର୍ବରୁ ଗୃହବନ୍ଦୀରୁ ମକୁଳିଥିବା ବେଳେ ମେହବୁବାଙ୍କର ଗୃହବନ୍ଦୀ ସମୟ କିନ୍ତୁ ବଢ଼ାଇ ଦିଆଯାଇଥିଲା। ଏହାପରେ ପିଡିପି ମୁଖ୍ୟଙ୍କର ମୁକ୍ତିକୁ ନେଇ ଗତ କିଛି ମାସ ହେବ ଉଭୟ ଫାରୁକ ଓ ଉମାର ଟ୍ୱିଟ୍ କରି ଦାବି କରିଆସୁଥିଲେ। ଗତକାଲି ମେହବୁବା ମକୁଳିବା ପରେ ତାଙ୍କ ସ୍ୱାଗତ କରିଛନ୍ତି ଉମାର ଅବଦୁଲ୍ଲା।  

ତେବେ ଗୃହବନ୍ଦୀରୁ ମକୁଳିବା ପରେ ଏକ ଭଏସ୍‌ ମେସେଜ୍‌ ଟ୍ୱିଟ୍ କରିଥିଲେ ମେହବୁବା ମୁଫ୍‌ତୀ। ଏହି ମେସଜ୍‌ରେ ମୁଫ୍‌ତୀ ଧାରା ୩୭୦ ଉଚ୍ଛେଦକୁ ନିନ୍ଦା କରିବା ସହିତ ଗୃହବନ୍ଦୀକୁ ନିନ୍ଦା କରିଥିଲେ। ଏଥିସହିତ ଅନ୍ୟ ଗୃହବନ୍ଦୀମାନଙ୍କ ମୁକ୍ତି ପାଇଁ ଦାବି କରିଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ