Advertisment

ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ ଡବଲ୍‌ ସହାୟତା ଟଙ୍କା

ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ ଡବଲ୍‌ ସହାୟତା ଟଙ୍କା ସାଢ଼େ ୯ କୋଟି ଚାଷୀଙ୍କ ପରିବାରକୁ ଆଜି  ଅଷ୍ଟମ କିସ୍ତିର ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ ଡବଲ୍‌ ସହାୟତା ଟଙ୍କା

farmers

  • ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ ଡବଲ୍‌ ସହାୟତା ଟଙ୍କା
  • ସାଢ଼େ ୯ କୋଟି ଚାଷୀଙ୍କ ପରିବାରକୁ ଆଜି  ଅଷ୍ଟମ କିସ୍ତିର ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ସନ୍ଧ୍ୟାରେ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ
Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଷୟ ତୃତୀୟା ଅବସରରେ ସାଢ଼େ ୯ କୋଟି ଚାଷୀଙ୍କ ପରିବାରକୁ ଆଜି  ଅଷ୍ଟମ କିସ୍ତିର ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଟ୍ ୧୯ ହଜାର କୋଟି ଟଙ୍କା ଚାଷୀଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ପଠା ଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କିଛି କୃଷକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଭର୍ଚୁଆଲ୍‌ ଯୋଗେ ସାମିଲ ହୋଇଥିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

ପିଏମ୍ କିଷାନ ଯୋଜନାରେ ଯୋଗ୍ୟ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ପ୍ରତି ଚାରି ମାସରେ ଗୋଟିଏ କିସ୍ତି ହିସାବରେ ମୋଟ୍ ୩ କିସ୍ତିରେ ଏହି ୬ ହଜାର ଟଙ୍କା ଦିଆଯାଉଛି। ପ୍ରତ୍ୟେକ କିସ୍ତିରେ ୨ ହଜାର ଟଙ୍କା ଦିଆଯାଉଛି। ଏହି ଯୋଜନାରେ ଏବେ ସୁଦ୍ଧା ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଦିଆଯାଇ ସାରିଲାଣି।

Advertisment

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ସନ୍ଧ୍ୟାରେ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ। ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ। ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳଖ କାଳିଆ ଟଙ୍କା ପଠାଇଥିଲେ। ନୂଆ ଆର୍ଥିକ ବର୍ଷରେ ରବି ଋତୁ ପାଇଁ ସରକାର ୬୯୪ କୋଟି ଟଙ୍କା ଦେଇଥିଲେ। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏ ପଠାଯାଇଥିଲା।

Advertisment
Advertisment