Advertisment

ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ବିଫଳ, ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲୋଚନା ପାଇଁ ଡାକିଥିବା ବୈଠକରେ ସମାଧାନର ବାଟ ବାହାରି ପାରିନାହିଁ। ଆଲୋଚନା ପରେ ବି ଆନ୍ଦୋଳନରୁ ଚାଷୀ ଓହରି ନାହାନ୍ତି। କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ଜାରି ରହିଛି। ଆଜି ବି ଦିଲ୍ଲୀ ସୀମା ସିଙ୍ଘୁ-ଟିକ୍ରୀରେ ରାସ୍ତା ଅବରୋଧ ରହିଛି। ପରିସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଅପରପକ୍ଷେ ଦିଲ୍ଲୀରୁ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି। ଦିଲ୍ଲୀ-ଅମୃତସର, […]

ଅଦ୍ୟତନ ହୋଇଛି
ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ବିଫଳ, ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି

1

Advertisment

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲୋଚନା ପାଇଁ ଡାକିଥିବା ବୈଠକରେ ସମାଧାନର ବାଟ ବାହାରି ପାରିନାହିଁ। ଆଲୋଚନା ପରେ ବି ଆନ୍ଦୋଳନରୁ ଚାଷୀ ଓହରି ନାହାନ୍ତି।

Advertisment

କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ଜାରି ରହିଛି। ଆଜି ବି ଦିଲ୍ଲୀ ସୀମା ସିଙ୍ଘୁ-ଟିକ୍ରୀରେ ରାସ୍ତା ଅବରୋଧ ରହିଛି। ପରିସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି।

ଅପରପକ୍ଷେ ଦିଲ୍ଲୀରୁ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି। ଦିଲ୍ଲୀ-ଅମୃତସର, ଦିର୍ବୁଗଡ଼, ଅଜମେର୍ ପ୍ରଭୃତି ଅଞ୍ଚଳକୁ ଟ୍ରେନ୍ ବାତିଲ କରାଯାଇଛି।

Advertisment

ଗତକାଲି କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ହେଲେ ଏହି ବୈଠକରେ କୌଣସି ସମାଧାନର ବାଟ ବାହାରି ପାରିନଥିଲା। ଆଲୋଚନା ଲାଗି ଚାଷୀଙ୍କୁ ଏକ ପ୍ୟାନେଲ ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ ବି ଏଥିରେ ଆନ୍ଦୋଳନକାରୀ ଏକମତ ହୋଇନାହାନ୍ତି। ସମସ୍ତ ଚାଷୀଙ୍କ ସହ ସରକାର ଆଲୋଚନା କରନ୍ତୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି।

ତେବେ ଏଥିରେ ସରକାର ଏକମତ ହୋଇଛନ୍ତି। ଆସନ୍ତାକାଲି ପୁଣି ଥରେ ବୈଠକ ବସିବ। ତେଣୁ କାଲିର ବୈଠକ ଚାଷୀ ଓ ସରକାରଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ