Advertisment

'କୃଷକ ଆତ୍ମନିର୍ଭର ଭାରତର ଆଧାର'

ନୂଆଦିଲ୍ଲୀ: ଆକାଶବାଣୀରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୃଷକଙ୍କ ଉପରେ ଗୁରୁତ୍ୱ ଦେଇ କରୋନା ସମୟରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି। କରୋନା ସମୟରେ ଆମ ଦେଶର କୃଷି କ୍ଷେତ୍ର ନିଜର ଦମ୍ ଦେଖାଇଛି। ଦେଶର କୃଷି କ୍ଷେତ୍ର, ଆମ କୃଷକ ଓ ଆମ ଗାଁ ଆତ୍ମନିର୍ଭର ଭାରତର ଆଧାର। ଏମାନେ ମଜଭୁତ୍ ହେଲେ, ଆତ୍ମନିର୍ଭର ହେଲେ ଆତ୍ମନିର୍ଭର ଭାରତର […]

'କୃଷକ ଆତ୍ମନିର୍ଭର ଭାରତର ଆଧାର'

pm

Advertisment

ନୂଆଦିଲ୍ଲୀ: ଆକାଶବାଣୀରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୃଷକଙ୍କ ଉପରେ ଗୁରୁତ୍ୱ ଦେଇ କରୋନା ସମୟରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି।

Advertisment

କରୋନା ସମୟରେ ଆମ ଦେଶର କୃଷି କ୍ଷେତ୍ର ନିଜର ଦମ୍ ଦେଖାଇଛି। ଦେଶର କୃଷି କ୍ଷେତ୍ର, ଆମ କୃଷକ ଓ ଆମ ଗାଁ ଆତ୍ମନିର୍ଭର ଭାରତର ଆଧାର। ଏମାନେ ମଜଭୁତ୍ ହେଲେ, ଆତ୍ମନିର୍ଭର ହେଲେ ଆତ୍ମନିର୍ଭର ଭାରତର ନିଅଁ ମଜଭୁତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ କିଛିଦିନ ଭିତରେ କୃଷକ ଅନେକ ପ୍ରତିବନ୍ଧକରୁ ମୁକ୍ତି ହୋଇଛି। ଏହାର ଉଦାହରଣ ଦେଇ ପିଏମ୍‌ ମୋଦି ହରିଆଣାର ଜଣେ କୃଷକ APMC Actରୁ ଫଳ ଓ ପନିପରିବା ହଟିବା ପରେ କିଭଳି ଲାଭବାନ ହେଲେ ସେ କଥା କହିଥିଲେ।

APMC Actର ପ୍ରତିବନ୍ଧକରୁ ଫଳ ଓ ପନିପରିବା ହଟିଯିବା ପରେ ମହାରାଷ୍ଟ୍ର ଚାଷୀମାନେ କିପରି ଉପକୃତ ହେଲେ ସେକଥା ମଧ୍ୟ ଦେଶବାସୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ ମୋଦି। ଏହି କୃଷକମାନେ ନିଜେ ଉତ୍ପାଦନ କରିଥିବା ଫଳ ଓ ପନିପରିବାକୁ ଯେ କୌଣସି ସ୍ଥାନରେ ବିକ୍ରି କରିବାର ଅଧିକାର ରହିଛି। ଏହି ଅଧିକାର ହିଁ ତାଙ୍କର ପ୍ରଗତିର ଆଧାର ବୋଲି ମୋଦି କହିଛନ୍ତି।

Advertisment

ମୋଦି ଆହୁର ମଧ୍ୟ କହିଛନ୍ତି ଯେ ଆଜି ଗାଁର ଚାଷୀ ସ୍ୱିଟ୍‌ କର୍ଣ୍ଣ ଓ ବେବି କର୍ଣ୍ଣ ଚାଷ କରି ଏକର ପିଛା ଅଢ଼େଇରୁ ତିନି ଲକ୍ଷ ଆୟ କରୁଛନ୍ତି। ପୁଣେ ଓ ମୁମ୍ବାଇରେ କୃଷକ ନିଜେ ସାପ୍ତାହିକ ବଜାର ଚଳାଉଛନ୍ତି। ଏହିସବୁ ବଜାରରେ ପାଖାପାଖି ୭୦ ପ୍ରତିଶତ ଗାଁର ସାଢ଼େ ଚାରି ହଜାର କୃଷକଙ୍କ ଉପ୍ତାଦନ ବିକ୍ରି କରାଯାଉଛି। ଏଠାରେ କୌଣସି ମଧ୍ୟସ୍ତିଙ୍କର ଆବଶ୍ୟକତା ପଡ଼ୁନାହିଁ ବୋଲି ମୋଦି କହିଛନ୍ତି।

୨୮ ତାରିଖରେ ସହିଦ ଭଗତ ସିଂହଙ୍କ ଜୟନ୍ତୀ ଥିବାରୁ ଏଥର ମନ୍‌କି ବାତ୍‌ରେ ଭଗତ ସିଂହକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ତ୍ୟାଗ ଓ ନିଷ୍ଠାର ଗୁଣଗାନ କରିବା ସହିତ ୨୮ ତାରିଖ ତାଙ୍କ ଜୟନ୍ତୀ ପାଳନ କରାଯିବା ବୋଲ ମୋଦି କହିଛନ୍ତି। ସେହିଭଳି ସର୍ଜିକାଲ ଷ୍ଟ୍ରାଇକ୍ କଥା କହି ଭାରତୀୟ ଯବାନଙ୍କ ତ୍ୟାଗ ଓ ବୀରତାର ପ୍ରଶଂସା କରିବା ସହିତ ଯବାନମାନଙ୍କ ମନବଳ ବଢ଼ାଇଥିଲେ ପ୍ରଧାନମନ୍ତ୍ରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ