Advertisment

‘ଆନ୍ଦୋଳନ ଆଳରେ ବିକ୍ଷୋଭକାରୀଙ୍କ ଅଭଦ୍ର ଆଚରଣ ଦେଶବାସୀଙ୍କ ମୁଣ୍ଡ ତଳକୁ କରି ଦେଇଛି’

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି। ଗୋଟିଏ ଏଫଆଇଆରରେ ଲୁଟପାଟର ଅଭିଯୋଗ ହୋଇଛି। ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି। ହିଂସାକାଣ୍ଡରେ ୮ଟି ବସ୍‌ […]

‘ଆନ୍ଦୋଳନ ଆଳରେ ବିକ୍ଷୋଭକାରୀଙ୍କ ଅଭଦ୍ର ଆଚରଣ ଦେଶବାସୀଙ୍କ ମୁଣ୍ଡ ତଳକୁ କରି ଦେଇଛି’

flag

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି। ଗୋଟିଏ ଏଫଆଇଆରରେ ଲୁଟପାଟର ଅଭିଯୋଗ ହୋଇଛି। ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି।

Advertisment

ହିଂସାକାଣ୍ଡରେ ୮ଟି ବସ୍‌ ଓ ୧୭ଟି ପ୍ରାଇଭେଟ୍‌ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍‌ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍‌ କହିଛି। ଗାଜିପୁର୍‌, ଟିକ୍‌ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି।

ତେବେ ଏହି ହିଂସାକାଣ୍ଡ ପଛରେ ବଡ ଧରଣର ଷଡଯନ୍ତ୍ରର ଗନ୍ଧ ବାରିଛି ଚାଷୀ ସଂଗଠନ। ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କିଛି ଅସାମାଜିକ ବ୍ୟକ୍ତି ଏପରି ହିଂସାତ୍ମକ କାଣ୍ଡ ଘଟାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଗଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀଙ୍କ ହିଂସାକାଣ୍ଡର ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଳରେ ବିକ୍ଷୋଭକାରୀଙ୍କ ଅଭଦ୍ର ଆଚରଣ ଦେଶବାସୀଙ୍କ ମୁଣ୍ଡ ତଳକୁ କରିଦେଇଛି। ଆନ୍ଦୋଳନ ନାଁରେ ଏହା ଅରାଜକତା ଏବଂ ଏପରିକି ତ୍ରିରଙ୍ଗାକୁ ଅସମ୍ମାନ । ଆନ୍ଦୋଳନ ନାଁରେ ଉପଦ୍ରବ ମଚାଇଥିବା ଚାଷୀଙ୍କ ଏଭଳି କାଣ୍ଡ ଦୁଃଖଦ ବୋଲି ଟୁଇଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଉପଦ୍ରବକାରୀ କିଭଳି ତ୍ରିରଙ୍ଗାକୁ ଅସମ୍ମାନ କରିଛନ୍ତି ସେ ନେଇ ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିକ୍ଷୋଭକାରୀ, ତ୍ରିରଙ୍ଗାକୁ ଅସମ୍ମାନ କରିବାର ଏକାଧିକ ଭିଡିଓ।

ଦିଲ୍ଲୀ ହିଂସା ନେଇ ମତ ରଖିଛି ବିଜେଡି । ଗତକାଲି ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି। କୌଣସି ପରିସ୍ଥିତିରେ ହିଂସାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହି। କିନ୍ତୁ ବିଜେଡି ପୂର୍ବରୁ କହି ଆସିଛି, ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା କଥା । ଏଥିପାଇଁ ଯାହା କିଛି କରିବାର କଥା ସରକାର କରିବା ଉଚିତ୍‌। ଏହି ସମସ୍ୟାର ଯଥାଶିଘ୍ର ସମାଧାନ କରାଯାଇ ପାରିଲେ ଦେଶ ପାଇଁ ଭଲ ଏବଂ ଚାଷୀଙ୍କ ପାଇଁ ମଧ୍ୟ ଭଲ ।

Advertisment

ଅନ୍ୟପକ୍ଷେ,  ଗତକାଲି ହିଂସାକାଣ୍ଡରେ ଫସିଥିବା କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା ବଜାଶାଲ୍ କଳାକାରଙ୍କୁ ଆଜି ଭେଟିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ।  ଆନ୍ଦୋଳନକାରୀଙ୍କ ହଙ୍ଗାମା ଯୋଗୁ ସଂପୃକ୍ତ କଳାକାରମାନେ ବାହାରି ନପାରି ମଧ୍ୟାହ୍ନ ୧୨ଟାରୁ ଫସିରହିଥିଲେ।  ପ୍ରାୟ ୫ ଘଣ୍ଟା ଧରି ଫସିରହିବା ପରେ ସଂଧ୍ୟାରେ ସୁରକ୍ଷିତ ଭାବେ ଉଦ୍ଧାର କରି ଦରିଆଗଞ୍ଜ ମେସ୍‌ରେ ରଖାଯାଇଥିଲା ।

Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ