/odishatv-khabar/media/post_attachments/uploadimage/library/16_9/16_9_0/sonu_1625516582.jpg)
sonu
ନୂଆଦିଲ୍ଲୀ: ଲକ୍ଡାଉନ୍ ସମୟରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ୍ ଯେଉଁଭଳି ଭାବରେ ଆଗକୁ ଆସିଥିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ବଲିଉଡର ଅଭିନେତା ସୋନୁ ଏପର୍ଯ୍ୟନ୍ତ ମଧ୍ୟ ସାହାଯ୍ୟ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି।
कभी आएँगे आपके इस सोनू सूद को देखने। ❣️🙏 https://t.co/ypQLfbRWX6
— sonu sood (@SonuSood) July 26, 2020
ଖାଲି ସେତିକି ନୁହେଁ, ଯେଉଁମାନଙ୍କ ପାଖରେ ରୋଜଗାର କରିବାର କୌଣସି ମାଧ୍ୟମ ନାହିଁ ସେମାନଙ୍କୁ ମଧ୍ୟ ସୋନୁ ସାହାଯ୍ୟ କରୁଛନ୍ତି। ସମସ୍ତେ ସୋନୁଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଲୋକମାନେ ଭିନ୍ନ ଅନ୍ଦାଜରେ ତାଙ୍କୁ ଧନ୍ୟବାଦ ଦେଉଛନ୍ତି। ଏନେଇ ଜଣେ ପ୍ରଶଂସକ ସୋନୁଙ୍କୁ ଏକ ନିଆରା ଢ଼ଙ୍ଗରେ ଧନ୍ୟବାଦ ଦେଇଛନ୍ତି। ପ୍ରଶଂସକ ଜଣଙ୍କ ନିଜ ପୋଖରୀର ନାଁ ସୋନୁ ସୁଦ୍ ରଖିଛନ୍ତି।
ଖବର ଅନୁଯାୟୀ, ପ୍ରଶଂସକ ଜଣଙ୍କ ପୋଖରୀର ନାଁ ସୋନୁ ସୁଦ୍ ରଖିଥିଲେ। ଯାହାର ସୂଚନା ସେ ଟୁଇଟ୍ ମାଧ୍ୟମରେ ଜଣାଇଥିଲେ। ପ୍ରଶଂସକ ଟ୍ୱିଟ୍ କରି କହିଛନ୍ତି,‘ ସାର୍, ମୁଁ ଆମର ଏକ ଛୋଟ ପୋଖରୀର ନାଁ ସୋନୁ ସୁଦ ରଖିଛି! ଯେମିତି ଆପଣ (ସୋନୁ ସୁଦ୍) ନିଜ ପ୍ରୟାସରେ ଅସହାୟଙ୍କୁ ସହାୟତା କରୁଛନ୍ତି, ଠିକ୍ ସେହପରି ଆପଣଙ୍କ ନାମରେ ଥିବା ଏହି ପୋଖରୀର ଛତ୍ରଛାୟା ତଳେ ଅନେକ ଜୀବ ବଞ୍ଚୁଛନ୍ତି। ଏହି ଟୁଇଟ୍ର ରିଟ୍ୱିଟ୍ କରି ସୋନୁ ସୁଦ କହିଛନ୍ତି, ‘କେତେବେଳେ ଆପଣଙ୍କର ଏହି ସୋନୁ ସୁଦକୁ ଦେଖିବା ପାଇଁ ଯିବି।’ ସୋନୁଙ୍କ ଏହି ଟୁଇଟ୍ ଖୁବ୍ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ଏହି ଟୁଇଟ୍ରେ ପ୍ରତିକ୍ରିୟା ଦେଉଛନ୍ତି।
ସୂଚନାଥାଉକି, କରୋନା ଭାଇରସ ସମୟରେ ସୋନୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଅନେକ ପ୍ରବାସୀଙ୍କୁ ନିଜ ଘରକୁ ଫେରାଇ ଆଣିଥିଲେ। ସେ ବିଦେଶରେ ଫସି ରହିଥିବା ୧୫୦୦ ଡାକ୍ତରୀ ଛାତ୍ରଙ୍କୁ ମଧ୍ୟ ଘରକୁ ଫେରାଇ ଆଣିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)