Advertisment

ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦେବା ଅଭିଯୋଗ: ସ୍ପଷ୍ଟୀକରଣ ରଖିଲା ଫେସ୍‌ବୁକ

ନୂଆଦିଲ୍ଲୀ: ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛି ଫେସବୁକ୍। ଭାରତର ଫେସ୍‌ବୁକ୍‌ ମୁଖ୍ୟ ଅଜିତ ମୋହନ କହିଛନ୍ତି ” ପକ୍ଷପାତିତା କରାଯାଉଥିବା ଅଭିଯୋଗକୁ ଫେସବୁକ୍ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଗତ କିଛି ଦିନ ହେଲା ଆମ ଉପରେ ଆରୋପ ଲଗାଯାଉଛି। ମାତ୍ର ଆମେ ଆମର ସ୍ୱଚ୍ଛତା ନୀତି ବଜାୟ ରଖିଛୁ। ଫେସ୍‌ବୁକ୍ ପକ୍ଷରୁ ଯେ କୌଣସି ପ୍ରକାର ଘୃଣା ସୃଷ୍ଟିକୁ ନିନ୍ଦା କରାଯାଇଛି। ଫେସବୁକ […]

ଅଦ୍ୟତନ ହୋଇଛି
ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦେବା ଅଭିଯୋଗ: ସ୍ପଷ୍ଟୀକରଣ ରଖିଲା ଫେସ୍‌ବୁକ

facebook

Advertisment

ନୂଆଦିଲ୍ଲୀ: ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛି ଫେସବୁକ୍। ଭାରତର ଫେସ୍‌ବୁକ୍‌ ମୁଖ୍ୟ ଅଜିତ ମୋହନ କହିଛନ୍ତି " ପକ୍ଷପାତିତା କରାଯାଉଥିବା ଅଭିଯୋଗକୁ ଫେସବୁକ୍ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଗତ କିଛି ଦିନ ହେଲା ଆମ ଉପରେ ଆରୋପ ଲଗାଯାଉଛି। ମାତ୍ର ଆମେ ଆମର ସ୍ୱଚ୍ଛତା ନୀତି ବଜାୟ ରଖିଛୁ। ଫେସ୍‌ବୁକ୍ ପକ୍ଷରୁ ଯେ କୌଣସି ପ୍ରକାର ଘୃଣା ସୃଷ୍ଟିକୁ ନିନ୍ଦା କରାଯାଇଛି। ଫେସବୁକ ଏକ ଖୋଲା, ନିରପେକ୍ଷ ପ୍ଲାଟଫର୍ମ। ଦୀର୍ଘଦିନରୁ ମୁକ୍ତ ଓ ଅବାଧ ମତ ପ୍ରକାଶ ପାଇଁ ସମସ୍ତଙ୍କୁ ସୁଯୋଗ ଦିଆଯାଉଛି।"

Advertisment

ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ପୋଷ୍ଟ ମାମଲାରେ ଫେସବୁକକୁ ଅଗଷ୍ଟ ୨୧ ତାରିଖରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ସମନ କରିଥିଲା। କମିଟି ଆଗରେ ହାଜର ହୋଇ ଏନେଇ ପକ୍ଷ ରଖିବାକୁ କମିଟି ଅଧ୍ୟକ୍ଷ ଶଶୀ ଥରୁର ଫେସବୁକକୁ ସମନ କରିଥିଲେ। ଡିଜିଟାଲ୍ ପ୍ଲାଟଫର୍ମରେ ନାଗରିକ ସୁରକ୍ଷା ପ୍ରସଙ୍ଗରେ ପକ୍ଷ ରଖିବାକୁ ସମନରେ କୁହାଯାଇଥିଲା।

ବିଜେପି ନେତାଙ୍କ ହେଟ୍ ସ୍ପିଚ୍ ପୋଷ୍ଟିଂ ସଂପର୍କରେ ଫେସବୁକ ନିରବଦ୍ରଷ୍ଟା ସାଜୁଥିବା ନେଇ ଆମେରିକାର ଏକ ପତ୍ରିକାରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ଓ ଫେସବୁକକୁ ଟାର୍ଗେଟ କରିଥିଲେ। ପରେ ଏହି ଘଟଣାରେ ଫେସବୁକକୁ ସମନ କରାଯିବ ବୋଲି କଂଗ୍ରେସ ସାଂସଦ ତଥା ସଂସଦୀୟ ବ୍ୟାପାର କମିଟିର ଅଧ୍ୟକ୍ଷ ଶଶୀ ଥରୁର କହିଥିଲେ। ଯାହାକୁ ତୀବ୍ର ବିରୋଧ କରିଥିଲା ବିଜେପି।

Advertisment

ତେବେ ଫେସବୁକ ପ୍ରସଙ୍ଗରେ ହାଜର ହେବା ପୂର୍ବରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ଜାମ୍ମୁ ଓ କାଶ୍ମୀରରେ ଟେଲିକମ୍ ସେବା ବନ୍ଦ ନେଇ ସମନ କରାଯାଇଛି। ସେପ୍ଚେମ୍ବର ୧ରେ କମିଟି ଆଗରେ ହାଜର ହୋଇ ପକ୍ଷ ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ଯୋଗାଯୋଗ ମନ୍ତ୍ରାଳୟର ପ୍ରତିନିଧିଙ୍କୁ ସମନ କରିଛି କମିଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ