Advertisment

ଏହିସବୁ ରାଜ୍ୟରେ ଲକଡାଉନ୍ ବୃଦ୍ଧି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଉ ୧୫ ଦିନ ବଢ଼ିଲା ଲକଡାଉନ୍। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଥିବା ମହାରାଷ୍ଟ୍ରର ଅବସ୍ଥା ବର୍ତ୍ତମାନ ସୁଧୁରିବାରେ ଲାଗିଛି।…

author-image
Pramod Behera
ଏହିସବୁ ରାଜ୍ୟରେ ଲକଡାଉନ୍ ବୃଦ୍ଧି

lockdown

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଉ ୧୫ ଦିନ ବଢ଼ିଲା ଲକଡାଉନ୍। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଥିବା ମହାରାଷ୍ଟ୍ରର ଅବସ୍ଥା ବର୍ତ୍ତମାନ ସୁଧୁରିବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ମାମଲାରେ ଦ୍ରୁତ ହ୍ରାସ ଘଟିଛି। ମହାରାଷ୍ଟ୍ରରେ କରୋନା ମାମଲା ହ୍ରାସ ପାଇବା ସତ୍ତ୍ୱେ ରାଜ୍ୟର ଉଦ୍ଧବ ଠାକରେ ସରକାର କୌଣସି ପ୍ରକାର କୋହଳ ମନୋଭାବ ପୋଷଣ କରୁ ନାହାଁନ୍ତି।

Advertisment

ତେବେ ବର୍ଦ୍ଧିତ ଲକଡାଉନରେ ନୂଆ ଗାଇଡ୍ ଲାଇନ୍ ଜୁନ୍ ୧ ତାରିଖରେ ଜାରି କରାଯିବ। ଏଥିରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ଓ ବ୍ୟବସାୟକୁ ଅନୁମତି ଦିଆଯାଇପାରେ । ତେବେ ଅଧିକ ସଂକ୍ରମଣ ଥିବା ଅଞ୍ଚଳରେ କଟକଣା କୋହଳ କରାଯିବ ନାହିଁ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ତାମିଲନାଡୁରେ ମଧ୍ୟ ଆଉ ସପ୍ତାହେ ପାଇଁ ଲକଡାଉନ୍ କଟକଣା ବୃଦ୍ଧି କରାଯାଇଛି। ଜୁନ୍ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉଉନ୍ ବଢ଼ାଯାଇଛି। ଏହି ସମୟରେ ଜରୁରୀ ସେବାକୁ ଅନୁମତି ଦିଆଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନ କହିଛନ୍ତି ଯେ ସମସ୍ତ ଜିଲ୍ଲାରେ ମୋବାଇଲ୍ ଆଉଟଲେଟ୍ ମାଧ୍ୟମରେ ଫଳ ଓ ପନିପରିବା ବିକ୍ରି ଜାରି ରହିବ। ସକାଳ ୭ ଟାରୁ ୬ ଟା ମଧ୍ୟରେ ସ୍ଥାନୀୟ ସଂସ୍ଥାଗୁଡ଼ିକର ଅନୁମୋଦନ କ୍ରମେ ଗାଡି ଏବଂ ଠେଲାରେ ସାମଗ୍ରୀ ବିକ୍ରୟ କରିବାକୁ ଗ୍ରୋସରୀମାନଙ୍କୁ ଅନୁମତି ଦିଆଯାଇଛ।

ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଣ୍ଡୀଗଡ଼ରେ ସପ୍ତାହାନ୍ତ କର୍ଫୁ ଲାଗିଛି। ଆଜି ସକାଳ ୫ଟାରୁ ମେ ୩୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ କର୍ଫୁ ଲଗାଯାଇଛି।

ତେବେ ଯେଉଁମାନେ ଆଇନ ଶୃଙ୍ଖଳା / ଜରୁରୀକାଳୀନ ଏବଂ ପୌରପାଳିକା ସେବା / କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍, ପୋଲିସ୍ କର୍ମଚାରୀ, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଅଗ୍ନିସମସେବା, ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଛଡାଯିବ। ସେହିପରି ଇଣ୍ଟରନେଟ୍, ସରକାରୀ ଡାକ ସେବା, ବ୍ୟାଙ୍କିଙ୍ଗ୍ ଓ ସରକାରୀ ଯନ୍ତ୍ରପାତି ସହିତ ଟେଲିକମ୍ ସେବା, ପରିଚୟ ପତ୍ର ଉତ୍ପାଦନ ଉପରେ କୋହଳ ନୀତି ରହିଛି।

ଦୁଗ୍ଧ, ରୁଟି, ପନିପରିବା, ଫଳ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଂସ, ଖାଦ୍ୟ ସାମଗ୍ରୀ, ବେକେରୀ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସହିତ କାରବାର କରୁଥିବା ଦୋକାନଗୁଡ଼ିକୁ କେବଳ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କେବଳ ହୋମ୍ ଡେଲିଭରୀ ପାଇଁ ଖୋଲା ରହିବାକୁ ଅନୁମତି ଦିଆଯାଇଛି।

ସେହିପରି ମଣିପୁରର କିଛି ଜିଲ୍ଲାରେ ଆଉ ୧୦ ଦିନ ପର୍ଯ୍ୟନ୍ତ ବଢ଼ାଯାଇଛି କର୍ଫୁ। ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ, ବିଷ୍ଣୁପୁର, ଉଖ୍ରୁଲ୍ ଭଳି କେତେକ ଜିଲ୍ଲାରେ କଟକଣା ବୃଦ୍ଧି କରାଯାଇଛି। ତେବେ ଏହି ଜିଲ୍ଲାଗୁଡିକର ସ୍ଥାନୀୟ ପନିପରିବା ବଜାରଗୁଡିକ ମେ ୩୦, ଜୁନ୍ ୨, ଜୁନ୍ ୫ ଏବଂ ଜୁନ୍ ୮ ରେ ସକାଳ ୭ ଟାରୁ ୧୦ ଟା ମଧ୍ୟରେ ୩ ଘଣ୍ଟା ଖୋଲିବାକୁ ଅନୁମତି ଦିଆଯାଇଛି ।

Advertisment
Advertisment