Advertisment

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ଲକ୍ଷ୍ନୌ: ହାତରସ ପୀଡ଼ିତାଙ୍କ ବାପା ୟୁପି ସରକାରଙ୍କ ତଦନ୍ତରେ ସନ୍ତୁଷ୍ଟ ଥିବା ପୋଲିସ କହୁଥିବା ବେଳେ ତାଙ୍କ ସାନ ଭାଇ କିନ୍ତୁ ଏଥିରେ ସନ୍ତୁଷ୍ଟ ନାହାନ୍ତି। ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ଫୋନ୍ ଯୋଗେ କଥା ହୋଇ ପୀଡ଼ିତାଙ୍କ ସାନଭାଇ ସିବିଆଇ ତଦନ୍ତ ଦାବି କରିଛନ୍ତି। ଫୋରେନ୍ସିକ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କ ଦୁଷ୍କର୍ମ ହୋଇନଥିବା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ତାଙ୍କ ସାନଭାଇ। ଏନେଇ ସେ କହିଛନ୍ତି “ ଆମେ ଏହି ତଦନ୍ତରେ ସନ୍ତୁଷ୍ଟ ନାହୁଁ। […]

ଅଦ୍ୟତନ ହୋଇଛି
ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

hathrashj

Advertisment

ଲକ୍ଷ୍ନୌ: ହାତରସ ପୀଡ଼ିତାଙ୍କ ବାପା ୟୁପି ସରକାରଙ୍କ ତଦନ୍ତରେ ସନ୍ତୁଷ୍ଟ ଥିବା ପୋଲିସ କହୁଥିବା ବେଳେ ତାଙ୍କ ସାନ ଭାଇ କିନ୍ତୁ ଏଥିରେ ସନ୍ତୁଷ୍ଟ ନାହାନ୍ତି। ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ଫୋନ୍ ଯୋଗେ କଥା ହୋଇ ପୀଡ଼ିତାଙ୍କ ସାନଭାଇ ସିବିଆଇ ତଦନ୍ତ ଦାବି କରିଛନ୍ତି।

Advertisment

ଫୋରେନ୍ସିକ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କ ଦୁଷ୍କର୍ମ ହୋଇନଥିବା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ତାଙ୍କ ସାନଭାଇ। ଏନେଇ ସେ କହିଛନ୍ତି “ ଆମେ ଏହି ତଦନ୍ତରେ ସନ୍ତୁଷ୍ଟ ନାହୁଁ। ଏହି ମାମଲାରେ ଆମେ ସିବିଆଇ ତଦନ୍ତ ଚାହୁଁଛୁ। ମୋ ଭଉଣୀର ମୃତ୍ୟୁ ହୋଇଛି ଓ ପୋଲିସ ଆମକୁ ତା ମୁହଁ ବି ନ ଦେଖାଇ ଅନ୍ତିମ ସଂସ୍କାର କରିଛି। ତେଣୁ ଆମେ ସନ୍ତୁଷ୍ଟ ବୋଲି ସେମାନେ କେମିତି ଭାବୁଛନ୍ତି ?”

କିଛି ସମୟ ପୂର୍ବରୁ ପୀଡ଼ିତାଙ୍କ ବାପା ପୋଲିସ ତଦନ୍ତରେ ସନ୍ତୁଷ୍ଟ ଥିବା ପୋଲିସ କହିଥିଲା। ଏହା ଉପରେ ବି ମନ୍ତବ୍ୟ ରଖିଛନ୍ତି ପୀଡ଼ିତାଙ୍କ ସାନ ଭାଇ। ସେ କହିଛନ୍ତି “ମୋ ବାପା ସନ୍ତୁଷ୍ଟ ଥିବା ନେଇ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ଚାପରେ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ସହିତ ଭିଡିଓ କଲ୍‌ରେ କଥା ହେବା ପାଇଁ ମୋ ବାପାଙ୍କୁ ଡକାଯାଇଥିଲା। ଏହାପରେ ପୋଲିସ ତଦନ୍ତ ସପକ୍ଷରେ ମନ୍ତବ୍ୟ ଦେବା ପାଇଁ ତାଙ୍କ ଉପରେ ଚାପ ପକାଇଯାଇଥିଲା।”

Advertisment

ସେ ଆହୁରି ମଧ୍ୟ କହିଥିଲେ ଯେ ପୋଲିସ ସବୁଆଡ଼େ ରହିଛନ୍ତି। ଏମିତିକି ଘରର ଛାତ ଉପରେ ବି ପୋଲିସ ରହିଛନ୍ତି। ମିଡିଆ ସହିତ କଥା ହେବାକୁ ମଧ୍ୟ ଦେଉନାହାଁନ୍ତି ବୋଲି ପୀଡ଼ିତାଙ୍କ ସାନ ଭାଇ କହିଛନ୍ତି।

ଏଫ୍‌ଏସ୍‌ଏଲ୍ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇନଥିବା କୁହାଯାଉଥିଲା। ତେବେ ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କଥା କାହିଁକି କହିଥିଲେ ବୋଲି ପଚାରିବାରୁ ପୀଡ଼ିତାଙ୍କ ସାନ ଭାଇ କହିଥିଲେ, ତାଙ୍କ ସହିତ ଏପରି ହୋଇଛି ତେଣୁ ସେ କହିଛନ୍ତି।

Advertisment

ତେବେ ସେପ୍ଟେମ୍ବର ୧୪ ତାରିଖ ବୟାନରେ ପୀଡ଼ିତା କାହିଁକି ଦୁଷ୍କର୍ମ କଥା କହିନଥିଲେ ବୋଲି ତାଙ୍କ ଭାଇଙ୍କୁ ପଚରାଯାଇଥିଲା। ଜବାବରେ ସେ କହିଥିଲେ “ ମୁଁ ଭାବୁଛି ଲଜ୍ୟା କାରଣରୁ ସେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିବ।”

ଅନ୍ୟୁପଟେ ଏହି ଘଟଣାରେ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର ଲକ୍ସକରଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଡିଏମ୍‌ ପୀଡ଼ିତାଙ୍କ ପରିବାରକୁ କିଛି କହୁଥିବାର ଶୁଣାଯାଉଛି। ଯେଉଁଥିରେ ସେ ପୀଡ଼ିତାଙ୍କ ପରିବାରକୁ ବୟାନ ବଦାଇବାକୁ ଏକପ୍ରକାର ପ୍ରବର୍ତ୍ତାଉଥିବା ଦେଖାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ