eourp
ନୂଆଦିଲ୍ଲୀ: ୟୁରୋପରେ ପୁଣି କରୋନା ଆତଙ୍କ ଦେଖା ଦେଇଛି। ସବୁଠୁ ଅଧିକ ପ୍ରଭାବିତ ଆମେରିକା, ଭାରତ ଓ ବ୍ରାଜିଲ୍ ଭଳି ଦେଶରେ ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ୟୁରୋପରେ ଦୈନିକ ତାଠାରୁ ଅଧିକ ନୂଆ ସଂକ୍ରମିତ ହେଉଛନ୍ତି।
ବ୍ରିଟେନରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ଖରା ଯାଇ ଶୀତ ଆସିବା ପରେ ସଂକ୍ରମଣ ପୁଣି ଉଗ୍ର ରୂପ ଧାରଣ କରିଛି। ଫଳରେ ପୁଣି ଲକ୍ଡାଉନ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ବଢୁଥିବା ସଂକ୍ରମଣକୁ ଦେଖି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନ ପ୍ୟାରିସ୍ ସମେତ ୯ଟି ପ୍ରମୁଖ ସହରରେ କର୍ଫ୍ୟୁ ଘୋଷଣା କରିଛନ୍ତି। ଇଟାଲୀ, ସ୍ପେନ, ଜର୍ମାନୀ, ନେଦରଲ୍ୟାଣ୍ଡସ, ପୋଲାଣ୍ଡ, ଚେକ୍ ରିବପବ୍ଳିକ ବି ସମାଜିକ କଟକଣାକୁ କଡାକଡି କରିବାରକୁ ବାଧ୍ୟ ହୋଇଛନ୍ତି।
ଅନ୍ୟପକ୍ଷରେ ଦେଶରେ ଗତ ୩ ତାରିଖରୁ ସଂକ୍ରମଣ ତଳ ମୁହାଁ ହୋଇଥିଲେ ମଧ୍ୟ ଆଗକୁ ଶୀତ ଦିନ ଆସୁଛି। ସେହିପରି ଏବର୍ଷ ପ୍ରବଳ ଥଣ୍ଡା ପଡ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଦୃଷ୍ଟିରୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ଏହାସହ ରାଜ୍ୟରେ କୋଭିଡ୍ ମ୍ୟାନେଜମେଣ୍ଟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେରଳର ଉଦାହରଣ ଦେଇ ପାର୍ବଣ ସମୟରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେରଳ କୋଭିଡ୍ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନମ୍ ଉତ୍ସବରେ ପରେ ସ୍ଥିତି ପୁଣି ସାଂଘାତିକ ହୋଇଥିଲା। ତେଣୁ ସାମାନ୍ୟ ଢିଲା କଲେ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି ସେ ଚେତାଇ ଦେଇଛନ୍ତି। ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ନିୟମାର କଡାକଡି ପାଳନ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/eourp_1625225346.jpg)