Advertisment

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର(ଭିଜିଲାନ୍ସ) ପଦବୀ ପୂରଣ ପାଇଁ Employees’ Provident Fund Organisation (EPFO) ଦରଖାସ୍ତ ଆହ୍ୱାନ କରୁଛି। ସେପ୍ଟେମ୍ବର ୧୮ରେ ଏସଂକ୍ରାନ୍ତୀୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ EPFO ମୁଖ୍ୟାଳୟର ଠିକଣାରେ ଆପ୍ଲିକେସନ୍‌ ଫର୍ମାଟ୍‌କୁ ପୂରଣ କରି ପଠାଇବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି। ୨୭ଟି ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଡେପୁଟେସନ୍‌ ଆଧାରରେ ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର, କୋଲକାତା, ପଶ୍ଚିମ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି

ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର(ଭିଜିଲାନ୍ସ) ପଦବୀ ପୂରଣ ପାଇଁ Employees’ Provident Fund Organisation (EPFO) ଦରଖାସ୍ତ ଆହ୍ୱାନ କରୁଛି। ସେପ୍ଟେମ୍ବର ୧୮ରେ ଏସଂକ୍ରାନ୍ତୀୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Advertisment

ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ EPFO ମୁଖ୍ୟାଳୟର ଠିକଣାରେ ଆପ୍ଲିକେସନ୍‌ ଫର୍ମାଟ୍‌କୁ ପୂରଣ କରି ପଠାଇବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି।

୨୭ଟି ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଡେପୁଟେସନ୍‌ ଆଧାରରେ ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର, କୋଲକାତା, ପଶ୍ଚିମ ବଙ୍ଗ, ହାଇଦ୍ରାବାଦ ଓ ତେଲେଙ୍ଗାନା ଅଫିସ୍‌ ପାଇଁ ନିଯୁକ୍ତି ଦିଆଯିବ।

Advertisment

ହେଡ୍‌ ଅଫିସ୍‌(ଦିଲ୍ଲୀ)ପାଇଁ ୫ଟି ପଦବୀ, ନର୍ଥ ଜୋନ୍(‌ଦିଲ୍ଲୀ) ପାଇଁ ୬ଟି ପଦବୀ, West ଜୋନ୍‌(ମୁମ୍ବାଇ) ପାଇଁ ୫ଟି ପଦବୀ,SZ(ହାଇଦ୍ରାବାଦ) ପାଇଁ ୫ଟି ପଦବୀ, ଇଷ୍ଟ ଜୋନ୍‌(କୋଲକାତା)ପାଇଁ ୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଧିକ ତଥ୍ୟ ପାଇଁ ଏହି ଲିଙ୍କକୁ ଉପରେ କ୍ଲିକ୍ କରନ୍ତୁ: www.epfindia.gov.in

EPFO Recruitment 2020
Advertisment
Advertisment