/odishatv-khabar/media/post_attachments/uploadimage/library/16_9/16_9_0/soldier_1626339231.jpg)
soldier
କାଶ୍ମୀର: ଜମ୍ମୁ ଓ କାଶ୍ମୀରର ସୋପୋର ସହରରେ ଗ୍ରେନେଡ୍ ଆକ୍ରମଣରେ ୨ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ସାଢ଼େ ୧୦ଟା ବେଳେ ଓ୍ୱାରପୋରାର ପୁଲିସ୍ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ଼ କରିଥିଲେ।
ଏଥିରେ ଡାଙ୍ଗିବାଚା ଥାନାର ଷ୍ଟେସନ ହାଉସ୍ ଅଫିସର ମୁଦାସିର ଅହମ୍ମଦ ଏବଂ ତାଙ୍କ ସହ ଥିବା ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆକ୍ରମଣ ପରେ ସୋପୋରକୁ ଘେରାଉ କରି ତଲାସି ଅଭିଯାନ ଚାଲିଛି। ଏହାସହ ବାନ୍ଦିପୋରାରର ହାଜିନ, ଓ୍ୱାରପୋରା ଏବଂ ବାରାମୁଲ୍ଲାର କଲାନ୍ତରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।
Advertisment
ସେପଟେ ରାଜୌରୀରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳେ ରାଜୌରୀର ସୀମାବର୍ତ୍ତୀ ସୁନ୍ଦରବଣି ସେକ୍ଟରରେ ପାକିସ୍ତାନ ରେଞ୍ଜରର ଗୁଳି ଓ ମୋର୍ଟାର ମାଡ଼ ଯୋଗୁଁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)