/odishatv-khabar/media/post_attachments/uploadimage/library/16_9/16_9_0/ec_1626501730.jpg)
ec
ପଶ୍ଚିମବଙ୍ଗ : କୋଲକାତାରେ ମଙ୍ଗଳବାର ଘଟିଥିବା ରାଜନୈତିକ ହିଂସାକାଣ୍ଡ ଓ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତୀ ଭଙ୍ଗାଯିବା ଘଟଣାକୁ ଗୁରତର ସହ ନେଇଛନ୍ତି ନିର୍ବାଚନ କମିଶନ୍। ପ୍ରଥମ ଥର ପାଇଁ ରାଜ୍ୟରେ ଧାରା ୩୨୪କୁ ଲାଗୁ କରାଯାଇଛି।
ଏହା ବଳରେ ନିର୍ବାଚନ କମିଶନ ନିର୍ବାଚନ ତଦାରଖ, ପରିଚାଳନା ଓ ନିୟନ୍ତ୍ରଣ ନେଇ ନିଜ କ୍ଷମତାର ଉପଯୋଗ କରିଛନ୍ତି। ଫଳରେ ନିର୍ଦ୍ଧାରିତ ସମୟର ଦିନକ ଆଗରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୯ରେ ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଆଜି ରାତି ୧୦ଟା ପରଠାରୁ ଆଉ ପ୍ରଚାର କରିହେବ ନାହିଁ।
ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିବା ଅଭିଯୋଗରେ ରାଜ୍ୟ ଗୃହ ଓ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି। ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ଦାୟିତ୍ୱ ବୁଝିବେ। ଅନ୍ୟପକ୍ଷରେ ସିଆଇଡି ଏଡିଜି ରାଜୀବ କୁମାରଙ୍କୁ ମଧ୍ୟ ଦାୟିତ୍ୱରୁ ହଟାଇ ଦେଇଛନ୍ତି ନିର୍ବାଚନ କମିଶନ।
ଆଜି ଦିନ ୧୦ଟା ସୁଦ୍ଧା କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ରିପୋର୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏପଟେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅପ୍ରତ୍ୟାଶିତ, ଅଗଣତାନ୍ତ୍ରିକ ବୋଲି କହି ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି, ବିଜେପି ପୂର୍ବ ପ୍ରସ୍ତୁତି ଅନୁସାରେ ଷଡ଼ଯନ୍ତ୍ର କରି ଏଭଳି ନିଷ୍ପତ୍ତି ନେବା ସହ ଏଥିପାଇଁ ନିର୍ବାଚନ ଆୟୋଗଙ୍କୁ ବ୍ୟବହାର କରିଛି।
ଆଜି ପଶ୍ଚିମବଙ୍ଗରେ ମୋଦିଙ୍କ ରାଲି ଶେଷ ହେଉଥିବାରୁ ଏହାସହ ପ୍ରଚାର ବନ୍ଦ କରିବାକୁ ମୋଦି ଓ ଅମିତ ଶାହାଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ଏ ନିଷ୍ପତ୍ତି ନେଇଥିବା ମମତା ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)