Advertisment

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ନୂଆଦିଲ୍ଲୀ: ହାତୀ-ମଣିଷ ଲଢ଼େଇକୁ କେମିତି ହ୍ରାସ କରାଯାଇ ପାରିବ, ସେ ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଆଜି ଏକ ଡକ୍ୟୁମେଣ୍ଟର ଉନ୍ମୋଚନ କରିଛନ୍ତି। ଏହି ଡକ୍ୟୁମେଣ୍ଟରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି। ଏହାକୁ ଅନୁସରଣ କଲେ ହାତୀ ମଣିଷ ଲଢ଼େଇ କମିବ ଓ ଜୀବନହାନୀ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି। EIA2020 ड्राफ़्ट का मक़सद साफ़ है – #LootOfTheNation यह एक और ख़ौफ़नाक उदाहरण है कि भाजपा सरकार […]

author-image
Ranjeet Kumar Jena
ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

rahul

ନୂଆଦିଲ୍ଲୀ: ହାତୀ-ମଣିଷ ଲଢ଼େଇକୁ କେମିତି ହ୍ରାସ କରାଯାଇ ପାରିବ, ସେ ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଆଜି ଏକ ଡକ୍ୟୁମେଣ୍ଟର ଉନ୍ମୋଚନ କରିଛନ୍ତି। ଏହି ଡକ୍ୟୁମେଣ୍ଟରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି। ଏହାକୁ ଅନୁସରଣ କଲେ ହାତୀ ମଣିଷ ଲଢ଼େଇ କମିବ ଓ ଜୀବନହାନୀ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି।

Advertisment

https://twitter.com/RahulGandhi/status/1292658017167523841?s=20

ସେପଟେ କେନ୍ଦ୍ର ସରକାରଙ୍କ ନୂଆ ପରିବେଶ ପ୍ରଭାବ ଆକଳନ (EIA) ୨୦୨୦ ଡ୍ରାଫ୍ଟକୁ ନେଇ ଆରମ୍ଭରୁ ଦେଖାଦେଲାଣି ବିବାଦ। ଏହି ଚିଠା ପ୍ରସ୍ତାବକୁ କଡ଼ା ବିରୋଧ କରିଛନ୍ତି ରାହୁଲ ଗାନ୍ଧି। ସେ ଟ୍ୱିଟ୍ କରି କହିଛନ୍ତି, "କେନ୍ଦ୍ରର ସୁଟ୍ ବୁଟ୍ ସରକାର ନିଜର ଶିଳ୍ପପତି ବନ୍ଧୁଙ୍କୁ ସହଯୋଗ କରିବାକୁ ଏହି ଚିଠା ପ୍ରସ୍ତାବ ଆଣିଛନ୍ତି। ଏହା ଜରିଆରେ ମୋଦି ସରକାର ଦେଶରୁ ଲୁଟ୍ କରିବାର ଷଡ଼ଯନ୍ତ୍ର କରୁଛନ୍ତି।" ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ରାହୁଲ ଦାବି କରିଛନ୍ତି।

ଏହାର ଜବାବରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, ଏହା କେବଳ ଏକ ଚିଠା ପ୍ରସ୍ତାବ ଆଇନ ନୁହେଁ। ପରିବେଶ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କଠାରୁ ପ୍ରସ୍ତାବ ମଗାଯାଇଛି। ଏଥିରେ ବିରୋଧୀ କାହିଁକି ଛାନିଆ ବୋଲି ସେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ଦେଶର ବିଭିନ୍ନ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରିର ପ୍ରକ୍ରିୟାକୁ ନେଇ ଗତ ମାର୍ଚ୍ଚ ମାସରେ ଏକ ଚିଠା ପ୍ରସ୍ତାବ ଜରିଆରେ ଲୋକଙ୍କଠାରୁ ମତାମତ ମାଗିଛନ୍ତି କେନ୍ଦ୍ର ସରକାର।

Advertisment
Advertisment