/odishatv-khabar/media/post_attachments/uploadimage/library/16_9/16_9_0/ncert_1625477613.jpg)
ncert
ନୂଆଦିଲ୍ଲୀ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶିତ ହୋଇଛି। ଆସନ୍ତା ୮ ସପ୍ତାହ ଲାଗି ଏହି ଶିକ୍ଷା କ୍ୟାଲେଣ୍ଡରରେ ଅନଲାଇନ୍ ପାଠପଢ଼ା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ବିସ୍ତୃତ ଗାଇଡଲାଇନ୍ ରହିଛି।
ପିଲାଙ୍କୁ ଶିକ୍ଷା ପ୍ରଦାନ ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୈଷୟିକ ଜ୍ଞାନକୌଶଳ ଓ ସୋସିଆଲ ମିଡିଆର କିଭଳି ବ୍ୟବହାର କରିବେ, ସେ ନେଇ ଜାତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ NCERT ପକ୍ଷରୁ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ପିଲାମାନେ କିପରି ମାନସିକ ଚାପ ଓ ଦୁଶ୍ଚିନ୍ତାରୁ ଦୂରେଇ ରହିବେ, ସେଥିପାଇଁ ମଧ୍ୟ କ୍ୟାଲେଣ୍ଡରରେ ପ୍ରସ୍ତାବ ଦିଆଯାଇଛି।
https://twitter.com/DrRPNishank/status/1290234051605852161?s=20
ଏହା ପୂର୍ବରୁ NCERT ପକ୍ଷରୁ ଗତ ଏପ୍ରିଲ ମାସରେ ପ୍ରକାଶ ପାଇଥିବା ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ପରବର୍ତ୍ତୀ ପାଠ୍ୟକ୍ରମ ସାଙ୍ଗକୁ ଆସନ୍ତା ୮ ସପ୍ତାହରେ ପିଲାମାନେ କଣ ପଢ଼ିବେ, ତାହା ସ୍ଥାନିତ ହୋଇଛି। ଯେଉଁ ପିଲାମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ନାହିଁ, ସେମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୋବାଇଲରେ ଏସଏମଏସ୍ କିମ୍ବା ଫୋନ୍ କରି ଶିକ୍ଷା ପ୍ରଦାନ କରିପାରିବେ।
ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍କୁଲର ପ୍ରିନସିପାଲ ଓ ଅଭିଭାବକଙ୍କୁ ଏହି କ୍ୟାଲେଣ୍ଡର ଅଧିକ ଦକ୍ଷତାସମ୍ପନ୍ନ କରିବା ସହ କୋଭିଡ୍ ୧୯ ପରିସ୍ଥିତିରେ ଜାରି ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ପ୍ରତି ସକାରାତ୍ମକ ଭାବେ ନେବେ ଓ ଏହା ଶ୍ରେଷ୍ଠ ଶୈକ୍ଷିକ ଫଳାଫଳ ପ୍ରଦାନ କରିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)