Anil Deshmukh
ନୂଆଦିଲ୍ଲୀ: ଆର୍ଥିକ ଦୁର୍ନୀତି ମାମଲାରେ ଆଜି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢାଉ ହୋଇଛି । ରେଡ୍ ସମୟରେ ତଲାସ ବେଳେ ଦେଶମୁଖ ଘରେ ଉପସ୍ଥିତ ଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉଲ୍ଲେଖ କରି ମୁମ୍ବାଇର ପୂର୍ବତନ ପୋଲିସ କମିସନର୍ ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖିଥିଲେ ।
ଏହି ଅଭିଯୋଗ ପରେ ପ୍ରାଥମିକ ତଦନ୍ତ କରି ସିବିଆଇ ଅନୀଲ ଦେଶମୁଖଙ୍କ ନାମରେ ଏଫ୍ଆଇଆର୍ ରୁଜୁ କରିଥିଲା । ଏପ୍ରିଲ୍ ମାସରେ ହାଇକୋର୍ଟଙ୍କର ଖଣ୍ଡପୀଠ ଅନୀଲ ଦେଶମୁଖଙ୍କ ବିରୋଧରେ ତଦନ୍ତ କରିବା ଲାଗି ସିବିଆଇକୁ ନିର୍ଦେଶ ଦେଇଥିଲେ । ଏହାପରେ ମୁମ୍ବାଇର ଏକ ଥାନାରେ ଦାଏର ହୋଇଥିବା ଅଭିଯୋଗକୁ ଭିତ୍ତି କରି ଏହି ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲା । ଏହା ବ୍ୟତିତ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ତାଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ମାର୍ଚ୍ଚ ମାସରେ ମୁକେଶ ଅମ୍ବାନିଙ୍କ ବାସଭବନ ବାହାରେ ସୁରକ୍ଷା ଆତଙ୍କ ସହ ଜଡ଼ିତ ଏକାଧିକ ତଦନ୍ତ ଚାଲିଥିବା ବେଳେ ମୁମ୍ବାଇର ଶୀର୍ଷସ୍ତରୀୟ ପୋଲିସ ଅଧିକାରୀ ପରମବୀର ସିଂହଙ୍କୁ ହଠାତ୍ ହଟାଇ ଦିଆଯାଇଥିଲା । ଅଭିଯୋଗ ପତ୍ରରେ ସେ ଲେଖିଥିଲେ ଯେ, ରେସ୍ତୋରାଁ ଏବଂ ବାର୍ ମାଲିକମାନଙ୍କ ଠାରୁ ଟଙ୍କା ଆଦାୟ କରିବା ଲାଗି ପୋଲିସ ଅଧିକାରୀମାନଙ୍କୁ ଦେଶମୁଖ କହିଥିଲେ କିନ୍ତୁ, ଦେଶମୁଖ ସମସ୍ତ ଅଭିଯୋଗ ଅସ୍ୱୀକାର କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2021_6largeimg_403852689_1624630815.jpg)