/odishatv-khabar/media/post_attachments/uploadimage/library/16_9/16_9_0/Untitled-1-31_1623339908.jpg)
Untitled-1
ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ନୀରବ ମୋଦୀ ଏବଂ ଅନ୍ୟାନ୍ୟ ଆର୍ଥିକ ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ ପାଇଁ ବ୍ରିଟେନ ଭାରତକୁ ନିଶ୍ଚିତ କରିଛି। ବ୍ରିଟେନ ସରକାର ଭାରତକୁ କହିଛନ୍ତି ଯେ ଏହି ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ। ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲ ନିରବ ମୋଦୀଙ୍କୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେଠାରେ ଥିବା କୋର୍ଟଙ୍କ ବିରୋଧରେ ନିରବ ଆବେଦନ କରିଛନ୍ତି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି ଯେ ମେ ମାସରେ ଭାରତ-ବ୍ରିଟେନ ସମ୍ମିଳନୀରେ ଲଣ୍ଡନ ପକ୍ଷରୁ ଏହି ଆଶ୍ୱାସନା ଦିଆଯାଇଛି। ସେ କହିଛନ୍ତି ଯେ ଆର୍ଥିକ ଅପରାଧୀଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ମେ ୪ରେ ବୈଠକରେ ଉଠାଯାଇଥିଲା। ବ୍ରିଟେନ ତରଫରୁ କୁହାଯାଇଥିଲା ଯେ ନ୍ୟାୟିକ ପ୍ରକ୍ରିୟା ହେତୁ ଏହି ପ୍ରସଙ୍ଗରେ କିଛି ବାଧା ସୃଷ୍ଟିହେଉଛି। ସେ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି ଏବଂ ପ୍ରତ୍ୟର୍ପଣ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ।
ମେହୁଲ ଚୋକ୍ସି ଏବଂ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ଅରିନ୍ଦମ ବାଗଚି କହିଛନ୍ତି ଯେ ସେମାନଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି। ମେହୁଲ ଚୋକ୍ସିଙ୍କ ବିଷୟରେ ସେ କହିଛନ୍ତି – ଏହି ସପ୍ତାହରେ କୌଣସି ବିଶେଷ ଅପଡେଟ୍ ନାହିଁ। ସେ ବର୍ତ୍ତମାନ ଡୋମିନିକା ପ୍ରଶାସନର ଅଧୀନରେ ଅଛନ୍ତି ଏବଂ ନ୍ୟାୟିକ ପ୍ରକ୍ରିୟା ଚାଲିଛି।
ପ୍ରକାଶ ଥାଉ ଯେ ମେହୁଲ ଚୋକ୍ସିଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଡୋମିନିକା ଚୋକ୍ସିଙ୍କୁ ନିଷିଦ୍ଧ ପ୍ରବାସୀ ବୋଲି ଘୋଷଣା କରିଛି। ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଚୋକ୍ସି ଡୋମିନିକାକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଡୋମିନିକାର ଜାତୀୟ ସୁରକ୍ଷା ଏବଂ ଗୃହ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ମେହୁଲ ଚୋକ୍ସିଙ୍କୁ ମେ୨୫ ରେ ଏକ ପ୍ରତିବନ୍ଧିତ ଅପ୍ରବାସୀ ଘୋଷିତ କରାଯାଇଥିଲା। ଇମିଗ୍ରେସନ ଏବଂ ପାସ୍ପୋର୍ଟ ଆକ୍ଟର ଧାରା ୫(୧) (୧) ଅନୁଯାୟୀ ଚୋକ୍ସିଙ୍କୁ କମନ୍ୱେଲ୍ଥ ଅଫ୍ ଡୋମିନିକାରୁ ହଟାଇବାକୁ ମନ୍ତ୍ରଣାଳୟ ପୋଲିସକୁ ନିର୍ଦ୍ଦେଶ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)