Advertisment

ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ କଟକଣା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ସହ ୧୨ଟି ରାଜ୍ୟର ୩୭ଟି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ସମୟରେ ହେବାକୁ ଥିବା ଏକ୍‌ଜିଟ୍ ପୋଲ୍ ଉପରେ ନିର୍ବାଚନ କମିଶନ୍ କଟକଣା ଜାରି କରିଛନ୍ତି। ଜନପ୍ରତିନିଧି ଆଇନ୍‌ ୧୯୫୧ର ଧାରା ୧୨୬ (କ) ଅନୁଯାୟୀ ନିର୍ବାଚନ କମିଶନ ଏହି କଟକଣା ଜାରି କରିଛନ୍ତି। ଏହି କଟକଣା ଅନୁଯାୟୀ ଚଳିତ ମାସ ୧୧ତାରିଖ ସକାଳ ୭ଟାରୁ ମେ ୧୯ ତାରିଖ ସଂଧ୍ୟା ୬ଟା ୩୦ ମଧ୍ୟରେ ଏକଜିଟ୍ ପୋଲ କରାଯାଇପାରିବ ନାହିଁ […]

author-image
Sangita Sahu
ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ କଟକଣା

election

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ସହ ୧୨ଟି ରାଜ୍ୟର ୩୭ଟି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ସମୟରେ ହେବାକୁ ଥିବା ଏକ୍‌ଜିଟ୍ ପୋଲ୍ ଉପରେ ନିର୍ବାଚନ କମିଶନ୍ କଟକଣା ଜାରି କରିଛନ୍ତି।

Advertisment

ଜନପ୍ରତିନିଧି ଆଇନ୍‌ ୧୯୫୧ର ଧାରା ୧୨୬ (କ) ଅନୁଯାୟୀ ନିର୍ବାଚନ କମିଶନ ଏହି କଟକଣା ଜାରି କରିଛନ୍ତି। ଏହି କଟକଣା ଅନୁଯାୟୀ ଚଳିତ ମାସ ୧୧ତାରିଖ ସକାଳ ୭ଟାରୁ ମେ ୧୯ ତାରିଖ ସଂଧ୍ୟା ୬ଟା ୩୦ ମଧ୍ୟରେ ଏକଜିଟ୍ ପୋଲ କରାଯାଇପାରିବ ନାହିଁ କିମ୍ବା ଏହାକୁ ଗଣ ମାଧ୍ୟମରେ ପ୍ରକାଶ କରାଯାଇପାରିବ ନାହିଁ।

ସେହିଭଳି ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ମତଦାନର ୪୮ ଘଣ୍ଟା ପୂର୍ବରୁ ଟିଭି ଚ୍ୟାନେଲଗୁଡ଼ିକରେ କୌଣସି ନିର୍ବାଚନ ପ୍ରସଙ୍ଗ କିମ୍ବା ଜନମତ ଫଳାଫଳ ଅଥବା ଜନମତ ସର୍ଭେ ପ୍ରସାରଣକୁ ନିଷିଦ୍ଧ କରାଯାଇଛି।

Advertisment

Advertisment
Advertisment