/odishatv-khabar/media/post_attachments/uploadimage/library/16_9/16_9_0/Mamata-Baerjee_1626945205.jpg)
Mamata Banerjee
କୋଲକତା: ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ନୋଟିସ୍ ଜାରି କଲେ ନିର୍ବାଚନ ଆୟୋଗ। କହିଲେ, ୪୮ ଘଣ୍ଟାରେ ଜବାବ ଦିଅ। ମମତାଙ୍କ ଗଡ଼ କୁହଯାଉଥିବା ପଶ୍ଚିମବଙ୍ଗରେ ଏବେ ଖୋଦ୍ ମମତାଙ୍କ ସ୍ଥିତି ଟଳମଳ ହେଲାଣି। କିଏ ଯିବ କିଏ ହାରିବ, କାହାର ସରକାର ହେବ ସେନେଇ ଟିଏମସି ନେତା ମଧ୍ୟ ଦ୍ୱନ୍ଦ୍ୱରେ ଥିବା ଦେଖାଯାଉଛି। ଗୋଟିଏ ପଟେ ମମତା ଛାତି ପିଟି ସରକାର ଗଠନ କରିବେ ବୋଲି ନିର୍ବଚନୀ ସଭା ମଞ୍ଚରେ କହୁଥିବା ବେଳେ ତାଙ୍କ କର୍ମୀ ମହଲରେ କିନ୍ତୁ ସ୍ଥିତି ଭିନ୍ନ ଥିବା ସୂଚନା ମିଳୁଛି। କାରଣ ମମତାଙ୍କୁ ପ୍ରତି ପାହାଚରେ ଚେକ୍ ଦେଉଛି ବିଜେପି। ଗୋଟିଏ ପଟେ ବିଜେପି ମମତାଙ୍କୁ ନାକେଦମ କରି ରଖିଥିବା ବେଳେ ଅନ୍ୟପଟେ ନିର୍ବାଚନ ଆଚରଣ ବିଧି ଉଲଂଲନ କରିଥିବା ଅଭିଯୋଗରେ ମମତାଙ୍କୁ ନୋଟିସ ପଠାଇ ଅଡ଼ୁଆରେ ପକାଇଛନ୍ତି ନିର୍ବାଚନ ଆୟୋଗ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ମୁସଲମାନଙ୍କୁ ଭୋଟ ମାଗିବାରୁ ମମତାଙ୍କ ଅଡ଼ୁଆ ବଢ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି। କେବଳ ନୋଟିସ୍ ଜାରି କରି ନିର୍ବାଚନ ଆୟୋଗ ଚୁପ୍ ବସିନାହାନ୍ତି। ମମତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ଦେବାକୁ ତାଗଦ୍ ବି କରିଛନ୍ତି।
EC issues notice to West Bengal CM & TMC leader Mamata Banerjee over her statement on 3rd April, "appealing Muslim voters to not let their vote be split among different political parties & demanding votes on communal ground for TMC". EC asks her to explain her stand within 48 hrs pic.twitter.com/nHH3ovElz0
— ANI (@ANI) April 7, 2021
ଏପଟେ ମମତାଙ୍କୁ ନୋଟିସ୍ ପଠାଯିବା ଘଟଣାକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରା ଟ୍ୱିଟ୍ ଯୋଗେ ନିର୍ବାଚନ ଆୟୋଗଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ, ବିଜେପି ଅଭିଯୋଗ କରିବାରୁ ତୁରନ୍ତ ନିର୍ବାଚନ ଆୟୋଗ ତତ୍ପର ହେଇ ଉଠିଲେ ଆଉ ମମତା ଦିଦିଙ୍କୁ ନୋଟିସ ପଠାଇଲେ। କିନ୍ତୁ ଟିଏମସି ପକ୍ଷରୁ ଯେଉଁ ଅଭିଯୋଗ କରାଯାଇଥିଲା, ସେନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ?
Mamata Banerjee has been instigating people of a particular community for days. I think if EC doesn't look into it & make proper arrangements for security, free & fair polls will be difficult. Her rallies should be stopped otherwise there will be bloodshed in Bengal: WB BJP chief
— ANI (@ANI) April 7, 2021
ବିଜେପି ନେତାମାନେ ନଗଦ ଟଙ୍କା ବାଣ୍ଟୁଥିଲେ। ଏହାର ଭିଡିଓ ପ୍ରମାଣ ସହ ଅଭିଯୋଗ କରାଯାଇଥିଲା। କିନ୍ତୁ ଏନେଇ କୌଣସି ବି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ମହୁଆ ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରି ଆହୁରି ଲେଖିଛନ୍ତି ଯେ, ‘ଭଦ୍ରବ୍ୟକ୍ତି ମାନେ, କିଛି ତ ନିରପେକ୍ଷତା ରଖନ୍ତୁ।
TMC complains to the Chief Electoral Officer of West Bengal alleging mass distribution of cash coupons by BJP to "illegally gratify the electorate in Raidighi Assembly Constituency." TMC demands initiating legal proceedings against BJP & its members responsible for the same.
— ANI (@ANI) April 7, 2021
ଅନ୍ୟପଟେ ଆଜି ପଶ୍ଚିମବଙ୍ଗରେ ଗୋଟିଏ ପଟେ ଅମିତ ଶାହ ବିଜେପି ପାଇଁ ଜୋରଦାର ପ୍ରଚାର କରିଥିବା ବେଳେ ରୋଡ୍ ସୋ’ ମଧ୍ୟ କରିଛନ୍ତି। ଅମିତ ଶାହଙ୍କ ରୋଡ୍ ସୋ’କୁ ପଶ୍ଚିମବଙ୍ଗବାସୀ ସମର୍ଥନ କରିଥିବା ଦେଖାଯାଇଛି। ଏହାରି ଭିତରେ ଶାହା କହିଛନ୍ତି ଯେ ଏଥର ନିର୍ବାଚନ ବଙ୍ଗରେ ପରିବର୍ତ୍ତନ ନିଶ୍ଚୟ ଆଣିବ। ମମତା ଦିଦିଙ୍କ ଉପରେ ଲୋକଙ୍କର ବିଶ୍ୱାସ ନାହିଁ। ବିକାଶ ପାଇଁ ମୋଦି ସରକାରଙ୍କୁ ଭୋଟ୍ ଦେଇ ବିଜୟ କରାଇବା ଲାଗି ଲୋକମାନେ ନିଷ୍ପତ୍ତି ନେଇଛନ୍ତି।
#WATCH | Union Home Minister and BJP leader campaigns for Rajib Banerjee, party candidate from Domjur constituency in Howrah. #WestBengalElection2021pic.twitter.com/UEn8YCVgAk
— ANI (@ANI) April 7, 2021
କେବଳ ଏତିକି ନୁହେଁ ମଧ୍ୟ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ମମତା ସରକାର ଆସିବା ପରେ ସିଙ୍ଗୁରରେ ବିକାଶ ଧିମେଇ ଯାଇଛି। କିନ୍ତୁ ବିଜେପି ସରକାର ଗଠନ କରିବା ପରେ ପୁଣି ଏଠାରେ ଆରମ୍ଭ ହୋଇଯିବ ଦ୍ରୁତ ବିକାଶ। ନିର୍ବାଚନରେ ଜିତିବା ପରେ ସେ କହିଛନ୍ତି ଯେ କୋଲକାତା ଏବଂ ନୂଆଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନିକଟରେ ଅବସ୍ଥିତ ସିଙ୍ଗୁରରେ କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଶିଳ୍ପ ପ୍ରତିଷ୍ଠା ହେବ।
ଏହାସହ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶାହା କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତିନିଟି ପର୍ଯ୍ୟାୟରେ ମତଦାନ ହୋଇଥିବା ୯୧ଟି ଆସନ ମଧ୍ୟରୁ ୬୫ରୁ ୬୮ଟି ଆସନରେ ଦଳର ପ୍ରାର୍ଥୀମାନେ ବିଜୟୀ ହେବେ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ହିଁ ବିଜୟର ମୁକୁଟ ପିନ୍ଧିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)