/odishatv-khabar/media/post_attachments/uploadimage/library/16_9/16_9_0/election_1625406213.jpg)
election
ନୂଆଦିଲ୍ଲୀ: ନିର୍ବାଚନ ବେଳେ ଡୋର୍ ଟୁ ଡୋର କ୍ୟାମ୍ପେନିଂରେ ରହିବେ ୫ ଜଣ ବ୍ୟକ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ। ଆଗାମୀ ନିର୍ବାଚନ ଓ ଉପନିର୍ବାଚନ ବେଳେ କିପରି ପ୍ରଚାର ହେବ ଏବଂ ଭୋଟିଂ ହେବ ସେ ନେଇ ଇସିଆଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ, ସିକ୍ୟୁରିଟି ଟଙ୍କା ଜମା ଏବଂ ନିର୍ବାଚନ ସମ୍ପର୍କିତ ସମସ୍ତ ଦସ୍ତାବିଜ ଅନଲାଇନରେ ଦାଖଲ ହେବ।
ଭୋଟ୍ ଦେବା ବେଳେ ସମସ୍ତ ଭୋଟର୍ ଗ୍ଲୋବସ୍ ପିନ୍ଧିବେ। ଇଭିଏମ୍ ମେସିନ୍ ପାଖକୁ ପହଞ୍ଚିବା ବେଳେ ଏନେଇ ତଦାରଖ କରାଯିବ। ନିର୍ବାଚନରେ ସଂଶ୍ଳିଷ୍ଟ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତା, ହାତ ଧୋଇବା, ସାନିଟାଇଜର ବ୍ୟବହାର ମଧ୍ୟ ବାଧ୍ୟତାମୂଳକ ହେବ। ସେହିଭଳି ପୋଷ୍ଟାଲ ବାଲାଟ ବ୍ୟବସ୍ଥାକୁ ଅଧିକ ପ୍ରସାର କରାଯିବା ବ୍ୟବସ୍ଥା ମଧ୍ୟ କରାଯାଇଛି।
ଭୋଟ୍ ପରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମ୍ ନେବା ଯାଏ ସ୍ୱତନ୍ତ୍ର ନିୟମାବଳୀ ପାଳନ ହେବ। ସେହିଭଳି ନିର୍ବାଚନ ପ୍ରଚାର ବେଳେ କେତେ ପରିମାଣ ଗାଡ଼ି ବ୍ୟବହାର ହେବ ଓ କଣ୍ଟେନମେଣ୍ଟ ଜୋନରେ ପ୍ରଚାର ପ୍ରଣାଳୀ କଣ ହେବ ତାହା କେନ୍ଦ୍ର ଗୃହମନ୍ତ୍ରଣାଳୟର ଗାଇଡଲାଇନ୍ ଆଧାରରେ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ନିର୍ବାଚନ କମିଶନ୍ ପକ୍ଷରୁ ଏହି ଗାଇଡଲାଇନ୍ ପାଳନ କରିବା ନେଇ ତ୍ରିସ୍ତରୀୟ ବ୍ୟବସ୍ଥା କରାଯିବ। ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ରହିଛି। ଏହାସହ ଓଡ଼ିଶାର ବାଲେଶ୍ୱର ସଦର, ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବି ଉପନିର୍ବାଚନ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)