ନୂଆଦିଲ୍ଲୀ: ଉତ୍ତର ଭାରତରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୧୦ଟା ୩୧ ସମୟରେ ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି।
ଭୂମିକମ୍ପ ଯୋଗୁଁ ଘରଦ୍ୱାର ଥରି ଉଠିଥିଲା ଓ ଜିନିଷପତ୍ର ଖସି ପଡ଼ିଥିଲା। ଫଳରେ ଭୟରେ ଲୋକମାନେ ଘରଦ୍ୱାର ଛାଡ଼ି ବାହାରକୁ ବାହାରି ଆସିଥିଲେ। ଭାରତୀୟ ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ତାଜିକିସ୍ତାନରେ ସ୍ଥଳଭାଗରୁ ୭୪ କିଲୋମିଟର ଭୂଗର୍ଭରେ ୬.୩ ମାଗ୍ନିଚ୍ୟୁଟ୍ର ଭୂମିକମ୍ପ ସୃଷ୍ଟି ହୋଇଥିଲା।
ଏହାର ପ୍ରଭାବ ଉତ୍ତର ଭାରତରେ ଦେଖିବାକୁ ମିଳିଥିଲା। ଭୂମିକମ୍ପ ପରେ ସମସ୍ତଙ୍କ ସୁରକ୍ଷିତ ଜୀବନ କାମନା କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟ୍ୱିଟ୍ କରିଛନ୍ତି। ଭୂମିକମ୍ପର କେନ୍ଦ୍ର ସ୍ଥଳର ତାଜିକ୍ସ୍ତାନ ଥିଲା ବୋଲି ଇଣ୍ଡିଆନ୍ ମେଟ୍ରୋଲୋଜିକଲ ଡିପାର୍ଟମେଣ୍ଟ(ଆଇଏମ୍ଡି) ସୂଚନା ଦେଇଛି।/odishatv-khabar/media/post_attachments/indiatoday/images/bodyeditor/202102/WhatsApp_Image_2021-02-12_at_1_0-1200x705.jpeg)
ଜାମ୍ମୁ ଏବଂ କାଶ୍ମୀରରେ ଭୂମିକମ୍ପ ହେବା ପରେ ଟ୍ୱିଟ୍ କରି ଚିନ୍ତା ପ୍ରକଟ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍ଦୁଲ୍ଲାହ। ଭୂମିକମ୍ପ ପାଇଁ ସେ ବାଧ୍ୟ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ ବୋଲି ଉମାର ଟ୍ୱିଟ୍ କରି ଲେଖିଛନ୍ତି। ସେ ଟ୍ୱିଟ୍ କରିଥିଲେ "୨୦୦୫ ପରଠାରୁ ଶ୍ରୀନଗରେ କୌଣସି ବଡ଼ ଭୂମିକମ୍ପ ମୋତେ ଘରୁ ବାହାରକୁ ଆସିବା ପାଇଁ ବାଧ୍ୟ କରିନଥିଲେ। ଭୂମିକମ୍ପରେ ତୁରନ୍ତ ଏକ କମଳ ଧରି ଦଉଡ଼ିଲି। ମୁଁଁ ମୋ ଫାନ୍ ଆମିବାକୁ ଭୁଲିଯାଇଥିବାରୁ ଟ୍ୱିଟ୍ କରିପାରିଲି ନଥିଲି।" ବୋଲି ଟ୍ୱିଟ୍ କରିଛନ୍ତି ଉମାର।
ଚଳିତ ସପ୍ତାହରେ ଭାରତରେ ଭୂମିକମ୍ପ ନେଇ ସଂସଦରେ ସୂଚନା ରଖିଥିଲେ କେନ୍ଦ୍ର ସରକାର। ଦେଶରେ କେବଳ ୨୦୨୦ରେ ୩ ମ୍ୟାଗ୍ନିଟ୍ୟୁଡ୍ ବିଶିଷ୍ଟ ୯୬୫ଟି ଭୂମିକମ୍ପ ହୋଇଛି। ସେଥିମଧ୍ୟରୁ ଦିଲ୍ଲୀ ଏନ୍ସିଆର୍ରେ ୧୩ଟି ଭୂମିକମ୍ପ ହୋଇଥିବା ସଂସଦରେ ଲିଖିତ ଆକାରରେ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ।
କେବଳ ଭାରତରେ ନୁହେଁ ପାକିସ୍ତାନର ଅନେକ ସହରରେ ମଧ୍ୟ ଭୂମିକମ୍ପ ଝଟ୍କା ଅନୁଭୁତ ହୋଇଛି। ପାକିସ୍ତାନର ଇସ୍ଲାମାବାଦ, ଲାହୋର, ପଞ୍ଜାବର କିଛି ଅଂଶ ଓ ଖାଏବର ପଖ୍ତୁନ୍ଖ୍ୱାରେ ଭୂମିକମ୍ପ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/earth-quick_1627367106.jpg)