/odishatv-khabar/media/post_attachments/uploadimage/library/16_9/16_9_0/earthquake-8_1626762410.jpg)
earthquake
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତ ଓ ପଶ୍ଚିମବଙ୍ଗରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲେ ମଧ୍ୟ ଏହା ଆସାମ ବୋଲି ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା। ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା। ତାହା ଏତେ ଭୟଙ୍କର ଥିଲା ଯେ ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ।
Advertisment
ବିହାର, ଆସାମ, ନାଗାଲାଣ୍ଡରେ ମଧ୍ୟ ଏହି ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି। ଏହା ପୂର୍ବରୁ ଆଜି ଭୋର ସମୟରେ ଜମ୍ମୁ ଓ କାଶ୍ମୀର, ହରିୟାଣାରେ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଜମ୍ମୁ ଓ କାଶ୍ମୀରରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିବାବେଳେ ହରିୟାଣାରେ ୩.୧ ରହିଥିଲା।
ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା କିଛି କ୍ଷୟକ୍ଷତି ହୋଇଥିବା ଜଣାପଡ଼ି ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)