Advertisment

ମୁଁ ଭାରତୀୟଙ୍କୁ ଭଲ ପାଏ: ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ‘ମୁଁ ଭାରତକୁ ଭଲ ପାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋ ଶୁଭେଚ୍ଛା ଜଣାଇବେ’। ଆଜି ଏପରି କିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଜାତିସଂଘର ୭୩ତମ ସାଧାରଣ ପରିଷଦ ବୈଠକ ପୂର୍ବରୁ ମୋଦିଙ୍କୁ ଏପରି ଶୁଭେଚ୍ଛା ଜଣାଇଛନ୍ତି ଟ୍ରମ୍ପ। ଆଜି UNGA ରେ ଯୋଗ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘରେ ଆୟୋଜିତ ନେଲ୍‌ସନ୍ ମଣ୍ଡେଲା ଶାନ୍ତି ସମ୍ମିଳନୀରେ ଯୋଗ ଦେଇଛନ୍ତି […]

author-image
Otv Khabar Bureau
ମୁଁ ଭାରତୀୟଙ୍କୁ ଭଲ ପାଏ: ଆମେରିକା ରାଷ୍ଟ୍ରପତି

trump

ନୂଆଦିଲ୍ଲୀ: ‘ମୁଁ ଭାରତକୁ ଭଲ ପାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋ ଶୁଭେଚ୍ଛା ଜଣାଇବେ’। ଆଜି ଏପରି କିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଜାତିସଂଘର ୭୩ତମ ସାଧାରଣ ପରିଷଦ ବୈଠକ ପୂର୍ବରୁ ମୋଦିଙ୍କୁ ଏପରି ଶୁଭେଚ୍ଛା ଜଣାଇଛନ୍ତି ଟ୍ରମ୍ପ।

Advertisment

ଆଜି UNGA ରେ ଯୋଗ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘରେ ଆୟୋଜିତ ନେଲ୍‌ସନ୍ ମଣ୍ଡେଲା ଶାନ୍ତି ସମ୍ମିଳନୀରେ ଯୋଗ ଦେଇଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱାରାଜ। ଆମେରିକାରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ଉଦ୍‌ବୋଧନ ରଖିଛନ୍ତି ସୁଷମା।

ଏହି ଅବସରରେ ମଣ୍ଡେଲାଙ୍କ ଉଲ୍ଲେଖନୀୟ ଅବଦାନକୁ ପ୍ରଂଶସା କରିଥିଲେ ସୁଷମା। ମଣ୍ଡେଲାଙ୍କ ଜୀବନ ଅନ୍ୟଙ୍କ ପାଇଁ ଉଦାହରଣ। ଭାରତୀୟଙ୍କ ଉପରେ ମଣ୍ଡେଲାଙ୍କ ପ୍ରଭାବ ବେସ୍ ରହିଛି ବୋଲି ସେ କହିଛନ୍ତି।

Advertisment

ଆଜି ସମ୍ମିଳନୀରେ ଆତଙ୍କବାଦ ଏବଂ ଅନ୍ୟ ସମସ୍ୟା ନେଇ ଆଲୋଚନା ହେବ। ଯେଉଁଠି ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଉଦ୍‌ବୋଧନ ରଖିବେ। ତେବେ ଏହି ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମଧ୍ୟ ଯୋଗ ଦେବେ। ତେଣୁ ସୁଷମାଙ୍କ ଅଭିଭାଷଣ କ‘ଣ ରହୁଛି ତାକୁ ନେଇ ରହିଛି ସମସ୍ତଙ୍କ ନଜର।

Advertisment
Advertisment