Advertisment

ଜୁନ ୧ରୁ ବଢ଼ିବ ବିମାନ ଭଡ଼ା : ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ : ଜୁନ୍ ପହିଲାରୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା । ବିମାନ ଭଡ଼ାକୁ ୧୩ ପ୍ରତିଶତରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରୀ ପାଇଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ କ୍ଷତିରେ…

author-image
Prangyan Parimita
ଜୁନ ୧ରୁ ବଢ଼ିବ ବିମାନ ଭଡ଼ା : ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କଲେ ସରକାର

flights

ନୂଆଦିଲ୍ଲୀ : ଜୁନ୍ ପହିଲାରୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା । ବିମାନ ଭଡ଼ାକୁ ୧୩ ପ୍ରତିଶତରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରୀ ପାଇଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ କ୍ଷତିରେ ବିମାନ ଚଳାଚଳ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ସରକାର । କରୋନା ସଙ୍କଟ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଆନୁମାନିକ ଭାବେ ପାଞ୍ଚ ବିଲିୟନ ଡଲାର କ୍ଷତି ହୋଇଛି ।

Advertisment

ଏହାପୂର୍ବରୁ ମାର୍ଚ୍ଚ ମାସରେ ଘରୋଇ ବିମାନ ଭଡା ମୂଲ୍ୟର ସର୍ବନିମ୍ନ ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ତେବେ ବିମାନ ଭଡାର ସର୍ବୋତ୍ତମ ସୀମାରେ କୌଣସି ପରିବର୍ତ୍ତନ ନକରି ପୂର୍ବବତ୍ ରଖାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବିମାନ କମ୍ପାନୀ ଗୁଡ଼ିକୁ ସାହାଯ୍ୟ ମିଳିବ । ମହାମାରୀର ଦ୍ୱିତୀୟ ଲହରୀ ପାଇଁ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି, ଯଦ୍ୱାରା ବିମାନ କମ୍ପାନୀ ଗୁଡ଼ିକର ଆୟ ହ୍ରାସ ପାଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଅନୁସାରେ ୪୦ ମିନିଟ ପର୍ଯ୍ୟନ୍ତ ବିମାନ ଉଡ଼ାଣ ପାଇଁ ସର୍ବନିମ୍ନ ଭଡ଼ା ୧୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ବିମାନ ଭଡ଼ା ୨୩୦୦ ରୁ ୨୬୦୦ ଟଙ୍କାକୁ ବୃଦ୍ଧି ପାଇଛି। । ସେହିଭଳି ୪୦ ମିନିଟରୁ ୬୦ ମିନିଟର ଉଡ଼ାଣ ଅବଧି ପାଇଁ ବର୍ତ୍ତମାନ ସର୍ବନିମ୍ନ ବିମାନ  ଭଡ଼ା  ୨,୯୦୦ ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ୩,୩୦୦ ଟଙ୍କା କରାଯାଇଛି ।

Advertisment
Advertisment
Advertisment