/odishatv-khabar/media/post_attachments/uploadimage/library/16_9/16_9_0/dogg_1625480012.jpg)
dogg
ନୂଆଦିଲ୍ଲୀ: ଖେଳ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଯଦି ଟିଭିରେ ପ୍ରିୟ ଖେଳାଳିମାନେ ଖେଳୁଛନ୍ତି, ତେବେ ସେମାନେ ସବୁ କିଛି ଭୁଲିଯାଇ ଖେଳ ଦେଖିବାରେ ହିଁ ମଜ୍ଜି ରୁହନ୍ତି। ଖେଳାଳିମାନେ ବ୍ୟାଟ୍କୁ ଧରି ବଲ୍କୁ ମାରିବା ପାଇଁ ଆଗକୁ ଗତି କରିବା ସମୟରେ ଦର୍ଶକମାନେ ଚାତକ ପରି ସେମାନଙ୍କୁ ଚାହିଁଥାନ୍ତି। ଠିକ୍ ସେତିକିବେଳେ ଯଦି ଖେଳାଳିଟି ଚଉକା କି ଛକା ଗୋଟେ ମାରି ଦିଏ, ତେବେ ଟିଭି ଦେଖୁଥିବା ଦର୍ଶକମାନେ ଖୁସିରେ ତାଳି ମାରିବା ସହ ନାଚ କୁଦ କରିଥାନ୍ତି।
ଆପଣମାନେ ପ୍ରଶଂସକମାନଙ୍କୁ ଖୁସି ହେବାର ଦେଖିଛନ୍ତି। କ’ଣ ଆପଣ କୌଣସି ପ୍ରାଣୀକୁ, ବିଶେଷ କରି କୁକୁର ଖେଳକୁ ଦେଖି ଉତ୍ସାହିତ ହେଉଥିବାର ଦେଖିଛନ୍ତି କି? କୁକୁରଟି ନିଜ ମାଲିକଙ୍କ ପାଖରେ ବସି ଟିଭିରେ ଖେଳ ଦେଖୁଛି। କୁକୁରଟି ହଠାତ୍ ଟିଭିକୁ ଦେଖି ଖୁସି ହୋଇ ବସିଥିବା ସୋଫାରୁ ତଳକୁ ଖସି ପଡ଼ୁଛି। ଏହି ଭିଡିଓକୁ ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚପ୍ମ୍ୟାନ୍ ନିଜ ଟ୍ୱିଟ୍ରରେ ଶେୟାର କରିଛନ୍ତି। ଏହି ଭିଡିଓରେ ମ୍ୟାଚ୍ ଦେଖୁଥିବା ମାଲିକଙ୍କ ଅପେକ୍ଷା କୁକୁରଟି ଅଧିକ ଉତ୍ସାହିତ ଥିବା ଜଣାପଡୁଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
We all miss sports. But maybe not as much as this good boy.
Dogs, bruh... pic.twitter.com/PInjrYOUhF
— Rex Chapman🏇🏼 (@RexChapman) July 30, 2020
ଭିଡିଓରେ ଦେଖିବାକୁ ମିଳିଛି ଯେ କୁକୁରଟି ନିଜ ମାଲିକଙ୍କ ସହିତ ସୋଫା ଉପରେ ବସି ଟିଭିରେ ଖେଳ ଦେଖୁଛି। ଟିଭିରେ ଖେଳାଳୀମାନଙ୍କର ଖେଳ ଦେଖି ପ୍ରଶଂସକମାନେ ଖୁସିରେ ଚିତ୍କାର କରିଛନ୍ତି। ଏହାକୁ ଦେଖି କୁକୁରଟି ମଧ୍ୟ ମାଲିକଙ୍କ ସହିତ ମଜ୍ଜା ନେଉଛି। ସୋଫାରୁ ଟିକେ ପଛକୁ ପଳଉଛି ପୁଣି ଆଗକୁ ଆସୁଛି। ତା’ପରେ ଟିଭିରେ ଯେତେବେଳେ ମ୍ୟାଚ୍ରେ ଖୁସି ହୋଇ ପ୍ରଶଂସକମାନେ ଜୋର ଜୋରରେ ଚିତ୍କାର କରୁଛନ୍ତି। କୁକୁରଟି ଏହାକୁ ଦେଖି ନିଜେ ସୋଫା ଉପରେ ଖୁସିରେ ଡେଉଁଥିବା ସମୟରେ ହଠାତ୍ ତଳକୁ ଖସି ପଡ଼ୁଛି। ଏହାକୁ ଦେଖି ତା’ର ମାଲିକ ହସି ହସି ସୋଫା ଉପରେ ଗଡ଼ିଯାଉଛନ୍ତି।
ରେକ୍ସ ଚପ୍ମ୍ୟାନ୍ଏହି ଭିଡିଓକୁ ଶେୟାର କରି କ୍ୟାପସନରେ ଲେଖିଛନ୍ତି,‘ ଆମେ ସମସ୍ତ ସ୍ପୋର୍ଟସ୍କୁ ବହୁତ୍ ମିସ୍ କରୁଛୁ, କିନ୍ତୁ ଏ କୁକୁରଟି ଯେତିକି ମିସ୍ କରୁଛି, ଆମେ ସେତିକି କରୁନୁ’।
ରେକ୍ସ ଚପ୍ମ୍ୟାନ୍ ଏହି ଭିଡିଓକୁ ଜୁଲାଇ ୩୧ରେ ନିଜ ଟ୍ୱିଟ୍ରେ ଶେୟାର କରିଥିଲେ। ଏପର୍ଯ୍ୟନ୍ତ ଏହି ଭିଡିଓକୁ ପ୍ରାୟ ୪ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିଥିବାବେଳେ ୧୩ ହଜାରରୁ ଅଧିକ ଲାଇକ୍ ମିଳିଛି। ୟୁଜରମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରିବା ସହିତ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଟିମ୍ ଇଣ୍ଡିଆର ସ୍ପିନ୍ ବୋଲର ହରଭଜନ ସିଂ ମଧ୍ୟ ଏହି ମଜାଳିଆ ଭିଡିଓକୁ ଶେୟାର କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)