/odishatv-khabar/media/post_attachments/uploadimage/library/16_9/16_9_0/doct_1620187206.jpg)
doct
ମାଲୱା : ସଙ୍କଟ ମଧ୍ୟରେ ଜୁଗାଡ଼ କଲେ ଡାକ୍ତର । ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଅନେକ ରୋଗୀ ଅକ୍ସିଜେନ ଅଭାବ ପାଇଁ ଜୀବନ ହାରୁଛନ୍ତି । ଏପରିସ୍ଥଳେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ମଧ୍ୟପ୍ରଦେଶର ମାଲୱା ଜିଲ୍ଲାରେ କିଛି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏକ ସ୍ୱତନ୍ତ୍ର କମ୍ପ୍ରେସର ମେସିନ ପ୍ରସ୍ତୁତ କରିଛନ୍ତି । ଏହି କମ୍ପ୍ରେସର ମେସିନ ଦ୍ୱାରା ବାୟୁମଣ୍ଡଳରୁ ବାୟୁକୁ ଟାଣି ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଇ ପାରିବ । ଫଳରେ ଅଚାନକ୍ କିଛି ଏମରଜେନ୍ସି ଆସିଲେ ସାହାଯ୍ୟ ମିଳିପାରିବ ।
ଥ୍ରି ଇଡ଼ିୟଟ୍ ସିନେମା କଥା ଆପଣଙ୍କର ମନେଥିବ ନିଶ୍ଚୟ । ସିନେମାର ହିରୋ ଆମିର ଖାନ୍ ଭାକ୍ୟୁମ କ୍ଲିନର ସାହାଯ୍ୟରେ ଏମରଜେନ୍ସି ଡେଲିଭରି କରାଇଥିଲେ । ଠିକ୍ ସେହିପରି ଚିନ୍ତାଧାରାକୁ ଆପଣାଇ ମାଲୱା ସୁନସେର ହସ୍ପିଟାଲର ଡାକ୍ତର ବ୍ରଜ ଭୂଷଣ ପଟିଦାର ଅକ୍ସିଜେନ ସଙ୍କଟ ଦୂର କରିବାକୁ ଏକ ମେସିନର ଜୁଗାଡ଼ କରିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ପାଇଁ କମ୍ପ୍ରେସର ମେସିନକୁ କିଛି ପରିବର୍ତ୍ତନ କରି ଏକ ସ୍ୱତନ୍ତ୍ର ମେସିନ ପ୍ରସ୍ତୁତ କରିଛନ୍ତି । ଏହି ମେସିନ ଦ୍ୱାରା ବାୟୁମଣ୍ଡରରୁ ପବନକୁ ଟାଣି ଗୁରୁତର ରୋଗୀଙ୍କୁ ପ୍ରେସରରରେ ଦିଆଯିବ ଏବଂ ଅକ୍ସିଜେନ ଅଭାବକୁ କିଛିକାଂଶରେ ଦୂର କରାଯାଇପାରିବ । ସଙ୍କଟ ସମୟରେ ଅଳ୍ପ ହେଲେ ସୁଦ୍ଧା କାମରେ ଆସିବ ଓ ରୋଗୀଙ୍କୁ ଆସନ୍ନ ମୃତ୍ୟୁ ମୁଖରୁ ଉଦ୍ଧାର କରିବ ।
ଡାକ୍ତର ପଟିଦାର କହିଛନ୍ତି, ବିଗତ କିଛି ଦିନ କଥା ଦେଖିବାକୁ ଗଲେ ଅନେକ ସଂଖ୍ୟାରେ ଅକ୍ସଜେନ୍ ସିଲିଣ୍ଡରର ଆବଶ୍ୟକତା ପଡ଼ୁଛି । ଅକ୍ସିଜେନ୍ ସିଲିଣ୍ଡର ରିଫିଲିଂର ସମସ୍ୟା ମଧ୍ୟ ଦେଖାଦେଉଛି । ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଅକ୍ସିଜେନ ବିନା ଇତି ମଧ୍ୟରେ ଶହ ଶହ ରୋଗୀ ମୃତ୍ୟୁ ମୁଖରେ ପଡ଼ିଲେଣି । ସେହିଭଳି କିଛି ରୋଗୀଙ୍କ ପାଇଁ ୨୦ରୁ ୨୫ ହଜାର ବିନିମୟରେ ଏପରି ସ୍ପତନ୍ତ୍ର ମେସିନ ତିଆରି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)