Advertisment

ବିଷ ଇଞ୍ଜେକ୍ସନ ଦେଇ ବିବାହିତା ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କଲେ ଡାକ୍ତର, ୪୦ ଦିନ ପରେ ହେଲା ଏମିତି ଖୁଲାସା

ଲକ୍ଷ୍ନୌ: ବିବାହିତା ପ୍ରେମିକାଙ୍କ ନିକଟରୁ ମୁକ୍ତି ପାଇବା ପାଇଁ ଜଣେ ଡାକ୍ତର, ପ୍ରେମିକାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ଗାଜିଆବାଦର ଏହି ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି। ଡାକ୍ତର ଜଣକ ମଧ୍ୟ ବିବାହିତ। ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ପୋଲିସ୍‌କୁ ପାଖାପାଖି ୪୦ ଦିନ ଲାଗି ଯାଇଥିଲା। ଗତ ସେପ୍ଟେମ୍ବର ୭ରେ ଗାଜିଆବାଦର ଜଣେ ମହିଳା ସନ୍ଦିଗ୍ଧ […]

author-image
Rajalaxmi Sahoo
ବିଷ ଇଞ୍ଜେକ୍ସନ ଦେଇ ବିବାହିତା ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କଲେ ଡାକ୍ତର, ୪୦ ଦିନ ପରେ ହେଲା ଏମିତି ଖୁଲାସା

Doctor killed his girlfriend

ଲକ୍ଷ୍ନୌ: ବିବାହିତା ପ୍ରେମିକାଙ୍କ ନିକଟରୁ ମୁକ୍ତି ପାଇବା ପାଇଁ ଜଣେ ଡାକ୍ତର, ପ୍ରେମିକାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ଗାଜିଆବାଦର ଏହି ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି। ଡାକ୍ତର ଜଣକ ମଧ୍ୟ ବିବାହିତ। ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ପୋଲିସ୍‌କୁ ପାଖାପାଖି ୪୦ ଦିନ ଲାଗି ଯାଇଥିଲା।

Advertisment

ଗତ ସେପ୍ଟେମ୍ବର ୭ରେ ଗାଜିଆବାଦର ଜଣେ ମହିଳା ସନ୍ଦିଗ୍ଧ ଅବସ୍ଥାରେ ହଠାତ୍‌ ଗାଏବ ହୋଇଯାଇଥିଲେ। ମହିଳାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ ମଧ୍ୟ ସମ୍ପୃକ୍ତ ମହିଳାଙ୍କର କୌଣସି ପତ୍ତା ମିଳିପାରିନଥିଲା। ପରେ ଜଣାପଡ଼ିଥିଲା ଯେ, ମହିଳା ଜଣକ ଯେଉଁ ଅଞ୍ଚଳରେ ରହୁଥିଲେ ସେହି ଅଞ୍ଚଳର ଜଣେ ଡାକ୍ତରଙ୍କ ସହ ସେ ସମ୍ପର୍କରେ ଥିଲେ। ଛାନ୍‌ଭିନ୍‌ ପରେ ଜଣାପଡ଼ିଥିଲା ଡାକ୍ତର ଜଣକ ତାଙ୍କ ମୋବାଇଲ୍‌ ନମ୍ବର ବଦଳାଇ ଦେଇଛନ୍ତି।

ପୋଲିସ୍‌ ଉକ୍ତ ଡାକ୍ତରଙ୍କ ପୁରୁଣା ମୋବାଇଲ୍‌ ନମ୍ବର ଖୋଜି, ଏହାର ଲୋକେସନ୍‌ ଟ୍ରାକ୍‌ କରି ଡାକ୍ତରଙ୍କ ନିକଟରେ ପହଞ୍ଚିଥିଲେ। ପଚରାଉଚରା ବେଳେ ଡାକ୍ତର ତାଙ୍କର ଅପରାଧ ସ୍ୱୀକାର କରିଥିଲେ। ପୋଲିସ୍‌ ଆଗରେ ଅପରାଧ ସ୍ୱୀକାର କରି ଡାକ୍ତର କହିଥିଲେ, ବାହାନ କରି ସେ ପ୍ରେମିକାଙ୍କୁ ହରିଆଣା ନେଇଯାଇଥିଲେ। ସେଠାରେ ସେ ବିଷ ଇଞ୍ଜେକ୍ସନ ଦେଇ ତାଙ୍କର ହତ୍ୟା କରିଥିଲେ। ଏହାପରେ ମୃତଦେହ କୁରୁକ୍ଷେତ୍ର ଅଞ୍ଚଳରେ ଫୋଫାଡ଼ି ଫେରି ଆସିଥିଲେ। ସେଠାରୁ ଆସିବା ପରେ ସେ ତାଙ୍କ ମୋବାଇଲ୍‌ ନମ୍ବର ବଦଳାଇ ଦେଇଥିଲେ।

Advertisment

କିନ୍ତୁ ଡାକ୍ତର ଜଣକ ପୋଲିସ୍‌ ହାତରେ ଧରାପଡ଼ିଥିଲେ। ଏହି ମାମଲା ଉପରୁ ପରଦା ହଟାଇବା ପାଇଁ ପୋଲିସ୍‌କୁ ପାଖାପାଖି ୪୦ ଦିନ ଲାଗି ଯାଇଥିଲା।

Advertisment
Advertisment