Advertisment

ଏକା ଏକା ଟିକା ନେଇ ସୋସିଆଲ୍ ମିଡିଆରେ ଲାଇଭ୍ କରୁଥିଲେ, ଏହି ସମୟରେ ଆସିଲା ପତ୍ନୀଙ୍କ ଫୋନ୍… ତା ପରେ…

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ମାତ୍‌ ଦେବା ପାଇଁ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି।  ଏମିତି ଜଣେ ଡାକ୍ତର, ଯିଏକି କରୋନା ଟିକା ନେବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏକାଏକା ଟିକା ନେଉଥିବାରୁ ସେ ପତ୍ନୀଙ୍କ ମଧୁର ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିବ। ଭିଡିଓରେ କାର୍ଡିଓଲୋଜିଷ୍ଟ୍‌ […]

author-image
Rajalaxmi Sahoo
ଏକା ଏକା ଟିକା ନେଇ ସୋସିଆଲ୍ ମିଡିଆରେ ଲାଇଭ୍ କରୁଥିଲେ, ଏହି ସମୟରେ ଆସିଲା ପତ୍ନୀଙ୍କ ଫୋନ୍… ତା ପରେ…

doc

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ମାତ୍‌ ଦେବା ପାଇଁ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି।  ଏମିତି ଜଣେ ଡାକ୍ତର, ଯିଏକି କରୋନା ଟିକା ନେବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏକାଏକା ଟିକା ନେଉଥିବାରୁ ସେ ପତ୍ନୀଙ୍କ ମଧୁର ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିବ।

Advertisment

ଭିଡିଓରେ କାର୍ଡିଓଲୋଜିଷ୍ଟ୍‌ ତଥା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଡାକ୍ତର କେକେ ଅଗ୍ରୱାଲ୍‌ଙ୍କୁ ଦେଖିବାକୁ ମିଳିଛି।  ଡାକ୍ତର କେକେ ଅଗ୍ରୱାଲ୍ କରୋନା ଭ୍ୟାକ୍ସିନ୍‌ ଲଗାଇବା ପାଇଁ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ ଓ ସେଠାରେ ସେ ଟିକା ନେଇଥିଲେ। ଏହାପରେ ପତ୍ନୀଙ୍କ ଫୋନ୍‌ ଆସିଥିଲା। ଏହି ସମୟରେ ଡାକ୍ତର ଅଗ୍ରୱାଲ ସୋସିଆଲ୍‌ ମିଡିଆରେ ଲାଇଭ୍‌ ଥିଲେ।

କରୋନା ଟିକା ନେଇଥିବା କଥା ଡଃ ଅଗ୍ରୱାଲ୍‌ ପତ୍ନୀଙ୍କୁ କହିଥିଲେ। ଏହାପରେ ପତ୍ନୀ ରାଗି ଯାଇଥିଲେ। କାହିଁକି ମୋତେ  ନେଲ ନାହିଁ ବୋଲି କହି ପତ୍ନୀ ରାଗି ଯାଇଥିଲେ। ଭିଡିଓରେ ଶୁଣିବାକୁ ମିଳୁଛି, ଡଃ ଅଗ୍ରୱାଲ୍‌ ପତ୍ନୀଙ୍କୁ କହୁଛନ୍ତି , ‘ମୁଁ ତୁମମାନଙ୍କ ପାଇଁ ବୁଝିବାକୁ ଯାଇଥିଲି। ଏହାପରେ ସେମାନେ ମୋତେ ଟିକା ନେଇ ଯାଆନ୍ତୁ ବୋଲି କହିଥିଲେ ଓ  ମୁଁ ଟିକା ନେଇଗଲି।’

Advertisment

ଏହାପରେ ପତ୍ନୀ କହିଥିଲେ, ‘କାହିଁକି  ମୋତେ ଆପଣଙ୍କ ସହ ନେଲେ ନାହିଁ ? ମୋତେ ମିଛ କୁହନ୍ତୁ ନାହିଁ। ’

ପତ୍ନୀଙ୍କ ଏମିତି କଥା ଶୁଣି ଡଃ ଅଗ୍ରୱାଲ୍‌ କହିଥିଲେ, ‘ମୁଁ ଏବେ ଲାଇଭ୍‌ ଅଛି, ଘରେ ପହଞ୍ଚି କଥା ହେଉଛି।’ ଏହାର ଜବାବରେ ପତ୍ନୀ କହିଥିଲେ, ‘ମୁଁ ଏବେ ଲାଇଭ୍‌ ଆସି ଦେଖ ତୁମର କ’ଣ କରୁଛି।’

ଫୋନ୍‌ରେ ଉଭୟଙ୍କ ଏହି କଥାବାର୍ତ୍ତା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓ ଭାଇରାଲ୍‌ ପରେ ଡଃ ଅଗ୍ରୱାଲ୍‌ ଏକ ବୟାନ ଜାରି କରିଥିଲେ। ଏହି ଘଟଣାକୁ ନେଇ ସେ କହିଥିଲେ, ‘ମୁଁ ଜାଣିଛି କିଛିଦିନ ହେବ ମୋର ଏକ ଭିଡିଓ ଭାଇରାଲ୍‌ ହେଉଛି। ମୋତେ ଭଲ ଲାଗୁଛି ଯେ, ଏଭଳି କଠିନ ସମୟରେ ମୁଁ ଲୋକମାନଙ୍କୁ ହସାଇ ପାରିଛି।

Advertisment
Advertisment