/odishatv-khabar/media/post_attachments/uploadimage/library/16_9/16_9_0/doctor-suicide_1619926680.jpg)
doctor suicide
ନୂଆଦିଲ୍ଲୀ: ସାରାଦେଶରେ କରୋନା ସଂକ୍ରମଣ ଯେଭଳି ଭାବରେ ବୃଦ୍ଧି ପାଉଛି ତାକୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। କିଛିଦିନ ହେବ ଲଗାତାର ଭାବେ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଯାହା ଆହୁରି ଚିନ୍ତା ବଢ଼ାଇଛି। ଏସବୁ ଭିତରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ଜଣେ ରେସିଡେଣ୍ଟ ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଡାକ୍ତରଙ୍କ ନାଁ ବିବେକ ରାୟ। Indian Medical Association (IMA)ର ପୂର୍ବତନ ମୁଖ୍ୟ ଡାକ୍ତର ରବି ୱାଖେଣ୍ଡକର କହିଛନ୍ତି, କରୋନାର ଦ୍ୱିତୀୟ ଲହରକୁ ନେଇ ଡାକ୍ତର ବିବେକ ଅଧିକ ଚିନ୍ତିତ ଥିଲେ। ଯାହାକୁ ନେଇ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡିଛି।
ଡାକ୍ତର ରବି ୱାଖେଣ୍ଡକର କହିଛନ୍ତି, ସେ(ଡାକ୍ତର ବିବେକ ରାୟ) ଜଣେ ବହୁତ ଭଲ ଡାକ୍ତର ଥିଲେ। ମହାମାରୀ ସମୟରେ ଉତ୍ତରପ୍ରଦେଶ ଗୋରଖପୁରର ଡାକ୍ତର ବିବେକ ଅନେକଙ୍କ ଜୀବନ ବଞ୍ଚାଇଥିଲେ।ଗତ ମାସେ ହେବ ସେ ଉକ୍ତ ପ୍ରାଇଭେଟ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ। ସେ ପ୍ରତ୍ୟେକ ଦିନ ୭ରୁ ୮ ଗୁରୁତର ରୋଗୀଙ୍କ ଚିକିତ୍ସା କରୁଥିଲେ। ଦିନକୁ ଦିନ ଅଧିକରୁ ଅଧିକ ଲୋକ ମୃତ୍ୟୁବରଣ କରିବା ନେଇ ସେ ଡିପ୍ରେସନରେ ଥିଲେ। ଫଳରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
COVID WARRIOR dies by Suicide
Dr Vivek Rai,
Resident dr of DNB 1st year at Max Hospital Saket Delhi.
He Was doing covid duty since 1 month and was dealing with icu pts every day and was providing cpr and ACLS for about 7 to 8 patients per day in which not many were surviving. pic.twitter.com/ha5v09Cjwh— Prof Dr Ravi Wankhedkar (@docraviw) May 1, 2021
ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ପୋଲିସ ଡାକ୍ତର ବିବେକଙ୍କ ମୃତଦେହ ଉଦ୍ଧାର କରିଛି। ଏହାସହ ଏକ ସୁଇସାଇଡ ନୋଟ ମଧ୍ୟ ଜବତ ହୋଇଛି। ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତବର୍ଷ ନଭେମ୍ବରରେ ୩୫ ବର୍ଷୀୟ ବିବେକ ବିବାହ କରିଥିଲେ।ମାଲଭିୟା ନଗରରେ ପତ୍ନୀଙ୍କ ସହ ସେ ରହୁଥିଲେ। ତାଙ୍କ ପତ୍ନୀ ୨ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)