Advertisment

ମଦ ନ ପିଇବା ଓ ଘରେ ରହିବାକୁ କହିଲା ଆଇଏମ୍‌ଡି

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭବ ହେବ। ଏହାଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି। ପ୍ରବଳ ଶୀତ ହେବାକୁ ଥିବାରୁ ମଦ ନ ପିଇବା ଓ ଘରେ ରହିବାକୁ ପରାମର୍ଶ ଦେଇଛି ଆଇଏମ୍‌ଡି। ମଦ ପିଇବା ଦ୍ୱାରା ଶରୀରର ତାପମାତ୍ରା ହ୍ରାସ ପାଇବ ବୋଲି ଆଶଙ୍କା କରି ଉତ୍ତର ଭାରତୀୟଙ୍କ ପାଇଁ ଆଇଏମଡି ଏଭଳି ସତର୍କତା ଜାରି କରିଛି। ଏହାଛଡ଼ା […]

ମଦ ନ ପିଇବା ଓ ଘରେ ରହିବାକୁ କହିଲା ଆଇଏମ୍‌ଡି

leaker

Advertisment

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭବ ହେବ। ଏହାଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି। ପ୍ରବଳ ଶୀତ ହେବାକୁ ଥିବାରୁ ମଦ ନ ପିଇବା ଓ ଘରେ ରହିବାକୁ ପରାମର୍ଶ ଦେଇଛି ଆଇଏମ୍‌ଡି। ମଦ ପିଇବା ଦ୍ୱାରା ଶରୀରର ତାପମାତ୍ରା ହ୍ରାସ ପାଇବ ବୋଲି ଆଶଙ୍କା କରି ଉତ୍ତର ଭାରତୀୟଙ୍କ ପାଇଁ ଆଇଏମଡି ଏଭଳି ସତର୍କତା ଜାରି କରିଛି। ଏହାଛଡ଼ା ଅତି ଆବଶ୍ୟକ ନ ହେଲେ ବାହାରକୁ ନ ଯିବାକୁ କୁହାଯାଇଛି।

Advertisment

ତା ସାଙ୍ଗକୁ ଭିଟାମିନ୍ ସି ଟାବଲେଟ୍ ଖାଇବା ଓ ନିଜ ଶରୀରର ଚର୍ମକୁ ମଶ୍ଚରାଇଜ କରିବାକୁ ଆଇଏମଡି କହିଛି। ଡିସେମ୍ବର ୨୯ରୁ ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନର ଉତ୍ତର ଭାଗରେ ଶୀତ ବଢ଼ିବ। ହିମାଳୟରୁ ପବନ ବହିବାକୁ ଥିବାରୁ ତାପମାତ୍ର ଖୁବ୍ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଏହିସବୁ ରାଜ୍ୟରେ ତାପମାତ୍ରା ୪.୫ ଡିଗ୍ରୀ ତଳକୁ ବି ଖସି ଆସିପାରେ ବୋଲି କୁହାଯାଇଛି ତେବେ ଆଜି ଭୋରରୁ ଦିଲ୍ଲୀର କେତେକ ସ୍ଥାନରେ ତାପମାତ୍ରା ୩.୪ ଡିଗ୍ରୀ ହୋଇଥିବା ରେକର୍ଡ କରାଯାଇଛି।

ସେହିପରି ରାଜ୍ୟରେ ଥଣ୍ଡା ଲହରୀ ଜାରି ରହିଛି। ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲେ।କେ। ଶୀତ ବଢୁଥିବାରୁ ସହର ମଧ୍ୟରେ ଯାତାଆତ ବି ଅନେକ ସ୍ଥାନରେ ବାଧାପ୍ରାପ୍ତ ହେ।ଇଛି। କହିବାକୁ ଗଲେ ବିଶେଷ କରି କନ୍ଧମାଳ, ଶୀତର ପ୍ରକୋପ ଅଧିକ ରହିଛିଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି। ଶୀତ ବଢୁଥିବାରୁ ରାସ୍ତା କଡରେ ଓ ଚା ଦୋକାନରେ ଲୋକଙ୍କ ଭିଡ ଜମୁଥିବା ଦେଖାଯାଉଛି।

Advertisment

ଗତ ଡିସେମ୍ବର ୨୩ରେ ରାଜ୍ୟରେ ଶୀତର ପ୍ରକୋପ ବଢୁଥିବାରୁ ସତର୍କ ରହିବାକୁ SRC ପରାମର୍ଶ ଦେଇଥିଲେ। ନିହାତି ଆବଶ୍ୟକ ନଥିଲେ ଘରୁ ପଦାକୁ ନବାହାରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ରାତିରେ ୨ ଚକିଆ ଯାନରେ ନଯିବାକୁ ପରାମର୍ଶ ଦିଆଯାଇଥିଲା। ଏ ନେଇ ସବୁ ଜିଲ୍ଲାପାଳ ଓ ମୁନିସପାଲିଟି କମିଶନରଙ୍କୁ ଚିଠି ଲେଖି ତତ୍କାଳ ସଚେତନତା ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।

Weather Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ