rajesh-bhusan
ନୂଆଦିଲ୍ଲୀ: ଡେଲଟା ପ୍ଲସ ଭ୍ୟାରିଆଣ୍ଟ ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା । ୮୦ ଦେଶରେ ଡେଲ୍ଟା ଓ ୧୦ ଦେଶରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ । ଭାରତ, ଆମେରିକା, ବ୍ରିଟେନ, ପୋଲାଣ୍ଡ, ସୁଇଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ, ଚୀନ ଓ ରୁଷ୍ରେ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛି ।
ଭାରତରେ ଏଯାବତ ୨୨ଟି ଡେଲ୍ଟା ପ୍ଲସ୍ କେସ୍ ଚିହ୍ନଟ ହୋଇଛି । ୨୨ରୁ ମହାରାଷ୍ଟ୍ରର ରତ୍ନଗିରି ଓ ଜଲଗା ଜିଲ୍ଲାରେ ୧୬ କେସ୍ ଚିହ୍ନଟ । ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଉପରେ ସରକାର ନଜର ରଖିଛନ୍ତି । ଭାରତରେ ଉତ୍ପାଦିତ ୨ ଟିକା ଡେଲ୍ଟା ଭ୍ୟାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି କହିଛନ୍ତି ଭୂଷଣ ।
ତେବେ ମହାରାଷ୍ଟ୍ରରେ ୨୧ଟି ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ମାମଲା ସାମ୍ନାକୁ ଆସିଛି । ଏନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଯାହା ବର୍ତ୍ତମାନ ମହାରାଷ୍ଟ୍ର ସରକାରଙ୍କର ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଦେଶରେ ବିଶେଷ କରି ମହାରାଷ୍ଟ୍ର ଏବଂ କେରଳରେ ଏକାଧିକ ମାମଲା ସାମ୍ନାକୁ ଆସିଲାଣି।
ତେବେ ବିଶେଷଜ୍ଞଙ୍କ ଆଶଙ୍କା, ଏଭଳି ଯଦି ଲାଗି ରହେ ତାହେଲେ ଡେଲଟା ଭେରିଏଣ୍ଟର ଏହି ନୂଆ ମ୍ୟୁଟେସନ ଯୋଗୁ ଦେଶବ୍ୟାପି ଆସିପାରେ କରୋନାର ତୃତୀୟ ଲହର। ତେଣୁ ଏନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି କୌଣସ ମତେ ତୃତୀୟ ଲହରୀକୁ ଏଡାଇ ହେବ ନାହିଁ । ମାର୍ଚ୍ଚ ଶେଷରେ ଆରମ୍ଭ ହୋଇଥିବା ଲକଡାଉନ ଅବଧିରେ ଧୀରେ ଧୀରେ ଶେଷ ହେବାରେ ଲାଗିଛି । ଏବେ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rajesh-bhusan_1624369753.jpg)