Advertisment

ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା। ରବିବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବନିମ୍ନ ସ୍ତରକୁ ଖସିଛି। ତେବେ ସୋମବାର ମଧ୍ୟରେ ହାୱାର ଦିଗ ପରିବର୍ତ୍ତନ ହେବାକୁ ଥିବାରୁ ପ୍ରଦୂଷଣ ମାତ୍ରା କମିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀର ଜାହାଙ୍ଗିରପୁରା ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୯୫ ରହିଥିବା ବେଳେ ପାଟପରାଗଞ୍ଜରେ ୨୨୮ ରହିଛି। ସେହିପରି ଆର.କେ ପୁରମରେ ୨୩୫ ରହିଥିବା ବେଳେ ରୋହିଣୀ ଅଞ୍ଚଳରେ ବାୟୁର ମାନ ୨୪୬ ରହିଛି। […]

ଅଦ୍ୟତନ ହୋଇଛି
ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା

delhi-pollution

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା। ରବିବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବନିମ୍ନ ସ୍ତରକୁ ଖସିଛି। ତେବେ ସୋମବାର ମଧ୍ୟରେ ହାୱାର ଦିଗ ପରିବର୍ତ୍ତନ ହେବାକୁ ଥିବାରୁ ପ୍ରଦୂଷଣ ମାତ୍ରା କମିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

Advertisment

ଦିଲ୍ଲୀର ଜାହାଙ୍ଗିରପୁରା ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୯୫ ରହିଥିବା ବେଳେ ପାଟପରାଗଞ୍ଜରେ ୨୨୮ ରହିଛି। ସେହିପରି ଆର.କେ ପୁରମରେ ୨୩୫ ରହିଥିବା ବେଳେ ରୋହିଣୀ ଅଞ୍ଚଳରେ ବାୟୁର ମାନ ୨୪୬ ରହିଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ଗତ ଜୁନ ୨୯ ତାରିଖରେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ୨୩୦କୁ ଛୁଇଁଥିଲା। ଶୀତ ଋତୁ ଆସିବା ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ତଳକୁ ଖସିବା ଚିନ୍ତାଜନକ ବୋଲି ପରିବେଶବିତ କହିଛନ୍ତି। ବାୟୁ ପ୍ରଦୂଷଣ ମାତ୍ରା ଖସିବା ଫଳରେ ଇଣ୍ଡିଆ ଗେଟ୍ ଓ ଦିଲ୍ଲୀ ରାଜପଥରେ ଘନ କୁହୁଡ଼ି ଦେଖାଦେଇଛି। ଅକ୍ଷରଧାମ୍ ମନ୍ଦିର ଅଞ୍ଚଳରେ ବି ଘନ କୁହୁଡ଼ି ଦେଖିବାକୁ ମିଳିଛି।

Advertisment

ଅକ୍ଟୋବର ଓ ନଭେମ୍ବର ମାସ ଆସିବା ମାତ୍ରେ ଦିଲ୍ଲୀ ବାୟୁରେ ପରିବର୍ତ୍ତନ ଦେଖାଯାଇଥାଏ। ତେଣୁ ଏହାକୁ ରୋକିବାକୁ ଦିଲ୍ଲୀ ସରକାର ନୂଆ ଯୋଜନା ଆରମ୍ଭ କରିଦେଇଛନ୍ତି। କରୋନା ସମୟରେ ଏପ୍ରିଲ ମାସରେ ହୋଇଥିବା ଏକ ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ହେଲେ ବଡ଼ ପ୍ରଦୂଷଣକାରୀ ଉତ୍ସଗୁଡ଼ିକୁ ବନ୍ଦ କରିବାକୁ ପଡ଼ିବ। ରାଜଧାନୀରେ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଯୁଗ୍ମ-ଅଯୁଗ୍ମ ବାହନ ଚଳାଚଳ ନିୟମ କରିଥିଲେ। ତେଣୁ  ଏଥର ବି ପ୍ରଦୂଷଣକୁ ରୋକିବାକୁ ସରକାର କିଛି ନୂଆ ଯୋଜନା କରୁଥୁବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ