/odishatv-khabar/media/post_attachments/uploadimage/library/16_9/16_9_0/delhi_1626693744.jpg)
delhi
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ପାଗ ବଦଳି ପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀରେ ରବିବାର ଦିନବେଳା ଯେପରି ଅନ୍ଧାର ମାଡ଼ି ଆସି ଥିଲା ଠିକ୍ ଆଜି ମଧ୍ୟ ସେହିଭଳି ଭାବରେ ଅନ୍ଧାର ହେବାସହ ଧୂଳିଝଡ଼ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଆଜି ସକାଳୁ ପାଗ ମେଘୁଆ ରହିଛି। ପବନର ଗତବିଧିକୁ ଲକ୍ଷ୍ୟ କରି ପୁଣିଥରେ ପ୍ରବଳ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିବ ବୋଲି ଅନୁମାନ କରାଯାଉଛି । ଏନେଇ ପାଣିପାଗ ବିଭାଗ ଏକ ସତର୍କ ସୂଚନା ମଧ୍ୟ ଜାରି କରିଛି।
ପାଣିପାଗ ବିଭାଗର ବୈଜ୍ଞାନିକ ଡକ୍ଟର କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ଯେ, ପଶ୍ଚିମ ଦିଗରୁ ବାୟୁ ପ୍ରବାହ ଯୋଗୁଁ ଏପରି ହେବ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ଆଜି ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଜି ମଧ୍ୟାହ୍ନ ସମୟରେ ଏହା ହୋଇପାରେ ବୋଲି ଆଶା କରାଯାଉଛି। ତା’ ସହିତ ଝିପି ଝିପି ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ତାପମାତ୍ରା ମଧ୍ୟ ହ୍ରାସ ପାଇଛି।
ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ଏବଂ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା। ଗତ ରବିବାର ଦିନ ଘଣ୍ଟା ପ୍ରତି ୮୦କିଲୋମିଟର ବେଗରେ ପବନ ବହିବା ଯୋଗୁଁ କେତେକ ସ୍ଥାନରେ ଗଛ ଗୁଡିକ ଉପୁଡିଯାଇଥିଲା। ଗଛଗୁଡିକ ଗାଡି ଉପରେ ପଡି କେତେକ ଗାଡି ମଧ୍ୟ ଭାଙ୍ଗି ଯାଇଥିଲା। ଆହୁରି ମଧ୍ୟ କେତେକ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବଜୁଳି କାଟ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)