/odishatv-khabar/media/post_attachments/uploadimage/library/16_9/16_9_0/kejriwal_1622197316.jpg)
kejriwal
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଧୀରେ ଧୀରେ କୋହଳ ହେବ କଟକଣା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀକୁ ଧୀରେ ଧୀରେ ଅନଲକ୍ କରିବାକୁ ଆଜି ଘୋଷଣା କରିଛନ୍ତି। ଜନସାଧାରଣଙ୍କ ପରାମର୍ଶ ତଥା ବିଶେଷଜ୍ଞଙ୍କ ମତାମତକୁ ଆଧାର କରି ସପ୍ତାହେରୁ ଦେଢ଼ ସପ୍ତାହ ମଧ୍ୟରେ ଧୀରେ ଧୀରେ ଲକଡାଉନ୍ତ ଖୋଲିବା ପ୍ରକ୍ରିୟା ଜାରି ରହିବ ।
ଦେଶରେ ମାରାତ୍ମକ କରୋନା ଭାଇରସର ଦ୍ୱିତୀୟ ଲହରୀ ଜାରି ରହିଛି। ତେବେ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । କଡ଼ା କଟକଣା ହେତୁ ରାଜଧାନୀ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ସାମାନ୍ୟ କମିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଧୀରେ ଧୀରେ ଦିଲ୍ଲୀକୁ ଖୋଲିବାକୁ ସଜବାଜ ହେଉଛନ୍ତି ।
ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ କ୍ରମାଗତ ଭାବେ କରୋନା ମାମଲା ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହାର ୧.୫% ହୋଇଥିବା ବେଳେ ରାଜ୍ୟରେ ୧୧୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀବାସୀଙ୍କ ପରିଶ୍ରମ ଓ ସହଯାଗ ଯୋଗୁଁ ରାଜ୍ୟର ସ୍ଥିତି ଦ୍ରୁତ ଗତିରେ ସୁଧୁରିବାରେ ଲାଗିଛି। ଲକଡାଉନ ପରେ ଦିଲ୍ଲୀରେ ଧୀରେ ଧୀରେ କଟକଣାକୁ ହ୍ରାସ କରାଯିବ । ସୋମବାର ସକାଳୁ ନିର୍ମାଣ କାର୍ଯ୍ୟ ଏବଂ କାରଖାନା ଖୋଲିବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)