Advertisment

ଜାନୁଆରୀ ୨୬ ଟ୍ରାକ୍ଟର ରାଲି ହିଂସାରେ ଆଉ ଜଣେ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ ଦିଲ୍ଲୀ ଲାଲ୍ କିଲାରେ କୃଷକ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଗିରଫ ଅଭିଯୁକ୍ତ ଜଣକ ଲାଲ୍ କିଲା ଖଣ୍ଡା ବୁଲାଉଥିବା ମନିନ୍ଦର ସିଂହ(ଛଦ୍ମନାମ) ପଛରେ ଖଣ୍ଡା ଧରି ଛିଡ଼ା ହୋଇଥିବା ଦେଖାଯାଇଥିଲା। ମନିନ୍ଦର ସିଂହ(ଛଦ୍ମନାମ)ଙ୍କୁ ଗିରଫ କରିବାରେ ସପ୍ତାହ ପରେ ଆଜି ଜସପ୍ରୀତକୁ(ଛଦ୍ମନାମ)କୁ ଗିରଫ କରିଛି ପୋଲିସ୍। ମନିନ୍ଦର ସିଂହଙ୍କୁ ଗିରଫ କରିବା ପରେ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବାରୁ […]

ଜାନୁଆରୀ ୨୬ ଟ୍ରାକ୍ଟର ରାଲି ହିଂସାରେ ଆଉ ଜଣେ ଗିରଫ

umedd

Advertisment

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ ଦିଲ୍ଲୀ ଲାଲ୍ କିଲାରେ କୃଷକ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଗିରଫ ଅଭିଯୁକ୍ତ ଜଣକ ଲାଲ୍ କିଲା ଖଣ୍ଡା ବୁଲାଉଥିବା ମନିନ୍ଦର ସିଂହ(ଛଦ୍ମନାମ) ପଛରେ ଖଣ୍ଡା ଧରି ଛିଡ଼ା ହୋଇଥିବା ଦେଖାଯାଇଥିଲା। ମନିନ୍ଦର ସିଂହ(ଛଦ୍ମନାମ)ଙ୍କୁ ଗିରଫ କରିବାରେ ସପ୍ତାହ ପରେ ଆଜି ଜସପ୍ରୀତକୁ(ଛଦ୍ମନାମ)କୁ ଗିରଫ କରିଛି ପୋଲିସ୍।

Advertisment

ମନିନ୍ଦର ସିଂହଙ୍କୁ ଗିରଫ କରିବା ପରେ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବାରୁ ଜସପ୍ରୀତ ସଂହ(ଛଦ୍ମନାମ) ପାଖରେ ପହଞ୍ଚି ପାରିଥିଲା ପୋଲିସ୍। ୨୯ ବର୍ଷୀୟ ଜସ୍‌ପ୍ରୀତ ମନିନ୍ଦରଙ୍କ ପଛରେ ଖଣ୍ଡା ଧରି ଛିଡ଼ା ହୋଇଥିଲା। ତେବେ ଆଜି ଗରିଫ ପରେ ଜସପ୍ରୀତକୁ ପଚରାଉଚରା ପାଇଁ ଦୁଇଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ୍।

ମନିନ୍ଦର ଓ ଜସ୍‌ପ୍ରୀତ ଉଭୟ ଦିଲ୍ଲୀ ସ୍ୱରୂପ ନଗର ବାସିନ୍ଦା। ମନିନ୍ଦର ନିଜ ଘର ପାଖରେ ଏକ ଖଣ୍ଡା ଚାଳନା ସ୍କୁଲ୍ ଚଳାଇ ଯୁବକଯୁବତୀଙ୍କୁ ଖଣ୍ଡା ଚାଳନା ଶିଖାଉଥିବା ବେଳେ ପେଷାରେ ସେ ଜଣେ ଏସି ମେକାନିକ।

Advertisment

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଗିରଫ ଜସ୍‌ପ୍ରୀତ ହିଂସା ଦିନ ଲାଲ୍‌କିଲାର ଏକ ଫିଙ୍ଗର ଉପରେ ଖଣ୍ଡା ଧରି ଚଢ଼ିଯାଇଥିଲା। ଲାଲକିଲାରେ ପୋତାଯାଇଥିବା ଷ୍ଟିଲ୍ ବାଡ଼ିକୁ ଆପତ୍ତିଜନକ ଢଙ୍ଗରେ ଧରିଥିବା ଦେଖାଯାଇଥିଲା। ସୂଚନା ଥାଉକି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ୧୨୦ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି।

[caption id="" align="aligncenter" width="1129"]publive-image ଲାଲ୍‌ କିଲାରେ ଥିବା ଷ୍ଟିଲ୍ ଖମ୍ବ ଉପରେ ଚଢ଼ିଥିବା ବେଳର ଦୃଶ୍ୟ[/caption]

Advertisment

କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନକୁ ବିରୋଧ କରି ଗତବର୍ଷରୁ ଦିଲ୍ଲୀର ସିଙ୍ଘୁ ବୋର୍ଡରେ ଆନ୍ଧୋଳନ କରିଆସୁଛନ୍ତି କୃଷକ। ସରକାରଙ୍କର ସହିତ ବାରମ୍ବାର ଆଲୋଚନା ହୋଇଥିଲେ ବି ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରି ନାହିଁ। କୃଷକ ଆଇନ୍‌ ଉଚ୍ଛେଦ ଜିଦ୍‌ରେ ଅଡ଼ି ବସିଥିବା ବେଳେ ସରକାର ବି ନଛୋଡ଼ବନ୍ଧା।

ଜାନୁଆରୀ ୨୬ ତାରିଖରେ କୃଷକ ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ଗଣତନ୍ତ୍ର ଦିବସ ଅବସରରେ କୃଷକମାନେ ଟ୍ରାକ୍ଟର୍‌ ରାଲି କରିବାକୁ ଅନୁମତି ନେଇଥିଲେ। ଦେଖୁ ଦେଖୁ ଏହି ଟ୍ରାକ୍ଟର ରାଲି ହିଂସାରେ ପରିଣତ ହୋଇଯାଇଥିଲା। କିଛି ବିଶୃଙ୍ଖଳିତ ବ୍ୟକ୍ତି ନିୟମ ଭଙ୍ଗ କରି ଅନୁମିତ ମିଳିଥିବା ରାସ୍ତାର ଟ୍ରାକ୍ଟର ନଚଳାଇ ବିପଦପ୍ରବଣ ଭାବରେ ଟ୍ରାକ୍ଟର ଚଳାଇଥିଲେ। ପୋଲିସ୍ ବ୍ୟାରିକେଡ୍ ଭାଙ୍ଗିବା ସହିତ ଖଣ୍ଡା ଧରି ହାଣିବାକୁ ଗୋଡ଼ାଇଥିଲେ।

ସେତିକିରେ କଥା ସରିନଥିଲା। ଶେଷରେ ଲାଲ୍‌କିଲାରେ ଯାଇ ଖଲିସ୍ତାନୀ ପତାକା ଉଡ଼ାଇଥିଲେ ଦୁର୍ବୁତ୍ତ। ଏହି ଘଟଣା ପରେ ଦେଶବ୍ୟାପୀ ଏହାକୁ ନିନ୍ଦା କରାଯାଇଥିଲା। ଦିଲ୍ଲୀରେ ହିଂସା ପାଇଁ ଚାଷୀ ନେତାଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଥିଲେ ଦିଲ୍ଲୀ ପୋଲିସ କମିଶନର। ଦୁଇ ପ୍ରମୁଖ କୃଷକ ସଂଗଠନ ମଧ୍ୟ ଆନ୍ଦୋଳନରୁ ଓହରିଯାଇଥିଲେ। ତେବେ ହିଂସା ଘଟାଇଥିବା ଲୋକ ଚାଷୀ ନୁହଁନ୍ତି ବୋଲି କହିଥିଲେ ଚାଷୀ ନେତା ରାକେଶ ଟିକାୟତ। ଘଟଣାରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ନାଁ ଚର୍ଚ୍ଚାରେ ଆସିଥିଲା। ହିଂସାକୁ ପ୍ରୋତ୍ସାହନ ଦେଇଥିବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗରିଫ ବି କରିଛି। ଘଟଣାରେ ପୋଲିସ୍ ଏକାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ