1
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି ଅବସରରେ ଘଟିଥିବା ହିଂସା କାଣ୍ଡ ପରେ ବି କୃଷକମାନେ ନୂଆ ଚାଷୀବିଲ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି। ଫଳରେ ସିଂଘୁ ସୀମାରେ ଚାଷୀଙ୍କ ଆନ୍ଦୋଳନସ୍ଥଳରେ ଶୁକ୍ରବାର ପୁଣିଥରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ନିଜକୁ ସ୍ଥାନୀୟ ବାସିନ୍ଦା ବୋଲି କହୁଥିବା କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ଆନ୍ଦୋଳନରୁ ଉଠି ରାସ୍ତା ଖାଲି କରିବା ପାଇଁ ଦାବି କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ଏହି ଲୋକ ‘ସିଂଘୁ ସୀମା ଖାଲି କର’ ନାରା ଦେଇ ଆନ୍ଦୋଳନରତ ଚାଷୀଙ୍କୁ ହଟାଇବା ପାଇଁ କହିଥିଲେ। ପରିସ୍ଥିତି ଏମିତି ବିଗିଡ଼ି ଗଲା ଯେ, ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହ ବୁହ ଗ୍ୟାସ ପ୍ରୟୋଗ କରିଥିଲା। ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରେ ଲୋକେ ଖଣ୍ଡା ବୁଲାଇଥିଲେ। ଖଣ୍ଡା ଆକ୍ରମଣରେ ଅଲିପୁର SHO ପ୍ରଦୀପ ପାଲିୱାଲ ଆହତ ହୋଇଛନ୍ତି।
କୁହାଯାଉଛି, ସିଂଘୁ ସୀମାରେ ସ୍ଥାନୀୟ ଲୋକ ବୋଲି ଦାବି କରୁଥିବା ଲୋକ ଓ ଆନ୍ଦୋଳନରତ କୃଷକଙ୍କ ଉପରେ ପୋଲିସକୁ ବଳପ୍ରୟୋଗ କରିବାକୁ ପଡ଼ିଛି। ଏହି ସମୟରେ ପୋଲିସ-ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀଙ୍କ ପକ୍ଷରୁ ପ୍ରଥମେ ପଥର ଫିଙ୍ଗା ଯାଇଥିଲା। ଏହା ପରେ ପୋଲିସକୁ କଡା ପଦକ୍ଷେପ ନେବାକୁ ପଡ଼ିଥିଲା।
ଅନ୍ୟପକ୍ଷେ ସିଂଘୁ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ସେଠାରୁ ହଟାଇବା ପାଇଁ ସ୍ଥାନୀୟ କିଛି ଲୋକ ପହଞ୍ଚି ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଗାଳି ମଧ୍ୟ ଦେଇଥିଲେ। କିଛି ଚାଷୀ ଲାଠି ମଧ୍ୟ ମାରିଥିଲେ। ପୋଲିସ ଅନେକ ସମୟ ଧରି ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲା। ତେବେ ପରିସ୍ଥିତି ଅଣାୟତ୍ତ ହେବାରୁ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା।
ସ୍ଥିତି ବିଗିଡ଼ିବାକରୁ ପୁଲିସ୍ ଲାଠିଚାର୍ଜ ମଧ୍ୟ କରିଛି। ଏପରି କି ପୁଲିସ୍ ୨ରୁ ୩ ଜଣ ଲୋକଙ୍କୁ ତଳେ ପକାଇ ଲାଠିରେ ପିଟୁଥିବା ଭିଡିଓ ସାମ୍ନାକୁ ଆସିଛି। ମାଡ଼ ଖାଉଥିବା ବ୍ୟକ୍ତିମାନେ ଚାଷୀ ନା ସିଙ୍ଘୁ ସୀମାକୁ ଧସେଇ ପସିଥିବା ତଥାକଥିତ ସ୍ଥାନୀୟ ଲୋକ ଜଣାପଡ଼ିନାହିଁ। ସେହିପରି ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଥିବା ବେଳେ କେମିତି ସ୍ଥାନୀୟ ଅଞ୍ଚଳର ଲୋକ ଟେଣ୍ଟ ପାଖରେ ପହଞ୍ଚିଲେ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଥାଉ କି, ଜାନୁଆରୀ ୨୬ରେ ଦିଲ୍ଲୀ ହିଂସାକାଣ୍ଡ ଘଟଣା ପରେ ଗତକାଲି ସିଂଘୁ ସୀମାରେ ଉତ୍ତେଜନା ଦେଖା ଦେଇଥିଲା।ଚାଷୀ ଆନ୍ଦୋଳନକୁ ନେଇ ସିଂଘୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇବା ସହ ରାଜପଥ ଖାଲି କରିବାକୁଦେଲେ ଆନ୍ଦୋଳନରତ ଚାଷୀଙ୍କୁ ଚେତାବନୀ ଦେଇଥିଲେ। ଫଳରେ ସ୍ଥାନୀୟ ଲୋକେ ଏବଂ ଚାଷୀ ସାମ୍ନାସାମ୍ନି ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-9_1626162952.jpg)